ଦେଶରେ ଶସ୍ତା ହେବ ଇ-ଯାନ

ଦେଶରେ ଶସ୍ତା ହେବ ଇ-ଯାନ

ଦେଶରେ ବଢିବ ଦୁଇ ଚକିଆ ଏବଂ ତିନି ଚକିଆ ଇଲେକ୍ଟ୍ରିକ ଗାଡିର ବ୍ୟବହାର । ଇଲେକ୍ଟ୍ରିକ୍ ଗାଡିର ବିକ୍ରି ବଢାଇବା ପାଇଁ ସରକାର ୫ ଶହ କୋଟିର ଏକ ନୂଆ ସ୍କିମ୍ ଆଣିଛନ୍ତି । ଏହି ନୂଆ ସ୍କିମ୍ ଆଧାରରେ ଇଲେକ୍ଟ୍ରିକ୍ ଗାଡିର ମୂଲ୍ୟ କମିବା ସହ ଚାହିଦା ବଢିବାର ଆଶା ରହିଛି । ଏଥିପାଇଁ ସରକାର ଇଲେକ୍ଟ୍ରିକ୍ ମୋବିଲିଟି ପ୍ରମୋଶନ ସ୍କିମକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସ୍କିମ୍ ଆସନ୍ତା ଏପ୍ରିଲ୍ ୧ତାରିଖରୁ ଲାଗୁ କରାଯିବ । ଇ-ପରିବହନ ପ୍ରୋତ୍ସାହନ ଯୋଜନା ୨୦୨୪ ବା ଇଏମପିଏସ୍-୨୦୨୪ ଘୋଷଣା କରି ଭାରୀ ଶିଳ୍ପ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ କହିଛନ୍ତି, ଦେଶରେ ଇ-ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ । ଏହି ଯୋଜନା ଅଧିନରେ ଦୁଇ ଚକିଆ ଯାନ ପାଇଁ ୧୦,୦୦୦ ଟଙ୍କା ସହାୟତା କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ପ୍ରାୟ ୩.୩ ଲକ୍ଷ ଦୁଇ ଚକିଆ ଯାନକୁ ପ୍ରୋତ୍ସାହନ ଯୋଗାଇବା । ସେହି ପରି ଇ-ରିକ୍ସା ଏବଂ ଇ-କାର୍ଟ କିଣିବା ପାଇଁ ୨୫,୦୦୦ ଟଙ୍କା ପର‌୍ୟ୍ୟନ୍ତ ସହାୟତା ପ୍ରଦାନ କରାଯିବ । ସେହିପରି ଏକ ବଡ ତିନି ଚକିଆ ଯାନ କିଣିବା ପାଇଁ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ ।

author

Related Articles

Leave a Reply

Your email address will not be published. Required fields are marked *