ବଢିବ ବିଦ୍ୟୁତ ଚାଳିତ ଯାନର ଦାମ

ବଢିବ ବିଦ୍ୟୁତ ଚାଳିତ ଯାନର ଦାମ

ଦେଶରେ ସମସ୍ତ ଜିନିଷର ଦରଦାମ ହୁ ହୁ ହୋଇ ବୃଦ୍ଧି ପାଉଛି । ବଢିବ ବିଦ୍ୟୁତ ଚାଳିତ ଦୁଇଚକିଆ ଓ ତିନି ଚକିଆ ଯାନର ଦାମ । ଇଲେକ୍ଟ୍ରିକ୍ ଗାଡିର ବିକ୍ରି ବଢାଇବା ପାଇଁ ସରକାର ୫ଶହ କୋଟିର ଏକ ନୂଆ ସ୍କିମ୍ ଆଣିଛନ୍ତି । ଏହି ସ୍କିମ୍ ଆଧାରରେ ଦୁଇ ଚକିଆ ଓ ତିନି ଚକିଆ ଯାନର ମୂଲ୍ୟ କମିବା ସହ ଚାହିଦା ବଢିବାର ଆଶା ରଖାଯାଇଛି । ଏଥିପାଇଁ ସରକାର ଇଲେକ୍ଟ୍ରିକ୍ ମୋବିଲିଟି ପ୍ରମୋଶନ ସ୍କିମକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ସ୍କିମ୍ ଆସନ୍ତା ଏପ୍ରିଲ୍ ୧ତାରିଖରୁ ଲାଗୁ କରାଯିବ । ଏହି ଇ-ରିକ୍ସା ଏବଂ ଇ-କାର୍ଟ କିଣିବା ପାଇଁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ । ସେହିପରି ଏକ ବଡ ତିନି ଚକିଆ ଯାନ କିଣିବା ପାଇଁ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ଯୋଜନା ଅଧିନରେ ଦୁଇ ଚକିଆ ଯାନ ପାଇଁ ୧୦,୦୦୦ ଟଙ୍କା ସହାୟତା କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *