ମନମୋହନ କଲେ ସ୍ପଷ୍ଟ ଖୁବଶୀଘ୍ର ହେବ ମେଣ୍ଟ !

ମନମୋହନ କଲେ ସ୍ପଷ୍ଟ ଖୁବଶୀଘ୍ର ହେବ ମେଣ୍ଟ !

ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ଥମିବାର ନାଁ ଧରୁନି । ମେଣ୍ଟକୁ ନେଇ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି । କିଏ କହୁଛି ମେଣ୍ଟ ହୋଇଯିବ ତ ଆଉ କିଏ କହୁଛି ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଦିଲ୍ଲୀରୁ ଫେରିବା ପରେ ଖୋଲାଖୋଲି ନ କହିଲେ ମଧ୍ୟ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଛି ବୋଲି ଇସାରା ଦେଇଛନ୍ତି । ସେ କହିଛନ୍ତି ଯେ, ସବୁ ଠିକ୍ ଚାଲିଛି, ଆମ ଯାହା କିଛି ପ୍ରକ୍ରିୟା ତାହା କରାଯାଉଛି । ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି ବୋଲି କହିଛନ୍ତି । ବିଜେପି-ବିଜେଡି ମେଣ୍ଟ ନେଇ ଏବେ ବି ଦ୍ୱନ୍ଦ୍ୱ ଜାରି ରହିଛି । ରାଜ୍ୟ ବିଜେପି ନେତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟାରେ କିଛିଟା ସମସ୍ୟା କାରଣରୁ ମେଣ୍ଟ ବିଳମ୍ବ ହେଉଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *