ପୋଲିସ ଆଗରେ ଆତ୍ମସମର୍ପଣ କଲେ ଦୁଇ ଛତିଶଗଡ ମାଓବାଦୀ । ଛତିଶଗଡ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅନ୍ତର୍ଗତ ଦକ୍ଷୀଣ ବସ୍ତର ଡିଭିଜନର ଦୁଇ ଏସିଏମ କ୍ୟାଡର କାଡତି ହୁରା ଓ ଗଙ୍ଗା କାର୍ତାମୀ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଓ ମାଲାକନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । କାଡତି ହୁରା ପଡୋଶୀ ସୁକୁମା ଜିଲ୍ଲା କିଷ୍ଟରାମ ଏରିଆ କମିଟିର ଏସିଏମ କ୍ୟାଡର ଭାବେ ସକ୍ରିୟ ଥିବା ବେଳେ ତାଙ୍କ ନାଁରେ ୬ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ସେହିପରି ଗଙ୍ଗା କାର୍ତାମୀ ମଧ୍ୟ ସୁକୁମା ଜିଲ୍ଲା କୋଣ୍ଟା ଏରିଆ କମିଟିର ଏସିଏମ ଭାବେ ସକ୍ରିୟ ରହିଥିଲେ ଏବଂ ତାଙ୍କ ନାଁରେ ମଧ୍ୟ ୬ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏମାନେ ଓଡିଶା ଛତିଶଗଡ ସୀମାବର୍ତୀ ଅଞ୍ଚଳରେ ବହୁ ମାଓ ହିଂସାରେ ସମ୍ପୃକ୍ତ ଥିବା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଜି ଚରଣ ସିଂ ମିନା ସୂଚନା ଦେଇଛନ୍ତି ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024