ଏଣିକି ସହଜ ହେବ କର୍କଟ ରୋଗ ଚିହ୍ନଟ

ଏଣିକି ସହଜ ହେବ କର୍କଟ ରୋଗ ଚିହ୍ନଟ

ଏଣିକି ସହଜ ହେବ କର୍କଟ ରୋଗ ଚିହ୍ନଟ । କମ ସମୟ ମଧ୍ୟରେ ଶରୀରରେ ରୋଗ କେତେ ପ୍ରତିଶତ ରହିଛି ସେ ସମ୍ପର୍କରେ ନିଜେ ଜାଣିପାରିବେ ରୋଗୀ । ସାଧାରଣତଃ ଶରୀରରେ କ୍ୟାନସର ଲକ୍ଷଣ ଦେଖାଦେଲେ ଏହାର ପରୀକ୍ଷଣ ଲାଗି ବହୁତ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । କର୍କଟ କେନ୍ଦ୍ର ହେଉ କିମ୍ବା ଅନ୍ୟାନ୍ୟ ଡାଇଗ୍ନୋଷ୍ଟିକ୍ ସେଣ୍ଟରରୁ ରିପୋର୍ଟ ବିଳମ୍ବରେ ମିଳିଥାଏ । କିନ୍ତୁ ଏବେ ଏଥିପାଇଁ କୌଣସି ଡାଇଗ୍ନୋଷ୍ଟିକ ସେଣ୍ଟର ବା ଲାବରୋଟୋରିକୁ ଯିବାକୁ ପଡିବନି। କାରଣ ଏକ “ପୋର୍ଟେବଲ କ୍ୟାନ୍ସର ଡାଇଗ୍ନୋଷ୍ଟିକ ଡିଭାଇସ” ର ଉଦ୍ଭାବନ କରିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ । ମଧୁମେହ, ମ୍ୟାଲେରିଆ, ଗର୍ଭ ପରୀକ୍ଷା ଭଳି ଖୁବ କମ ସମୟରେ ଚିହ୍ନଟ ହେବ କର୍କଟ ରୋଗ । “ପୋର୍ଟେବଲ କ୍ୟାନ୍ସର ଡାଇଗ୍ନୋଷ୍ଟିକ ଡିଭାଇସ” ଦ୍ୱାରା ଜାଣିହେବ ଜଣେ ବ୍ୟକ୍ତି କ୍ୟାନ୍ସର ପୀଡିତ କି ନାହିଁ। ଏଭଳି ଏକ ପୋର୍ଟେବଲ ମେସିନର ଉଦ୍ଭାବନ କରିଛି ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ। ରକ୍ତ, ଲାଳ ଓ ଟିସୁ ନମୁନାରୁ କ୍ୟାନ୍ସର ଭଳି ମାରାତ୍ମକ ରୋଗ ଚିହ୍ନଟ ହୋଇପାରିବ। ବିଶ୍ବବିଦ୍ୟାଳୟର ପ୍ରାଣୀ ବିଭାଗର ଅଧ୍ୟାପକ ଲୁନା ସାମନ୍ତଙ୍କ ଟିମରେ ୭ଜଣ ପିଏଚଡି ଛାତ୍ରଛାତ୍ରୀ ୫ ବର୍ଷ ଧରି ଗବେଷଣା କରିବା ପରେ ଏହାର ଉଦ୍ଭାବନ କରିଛନ୍ତି। ଏହି ମେସିନର କାମ ୫୦ ପ୍ରତିଶତ ଶେଷ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସଫଳତା ମିଳିଛି।

author

Related Articles

Leave a Reply

Your email address will not be published. Required fields are marked *