ଫିଲ୍ମ ପାଇଁ ଆସିଲା ନୂଆ ଗାଇଡଲାଇନ

ଫିଲ୍ମ ପାଇଁ ଆସିଲା ନୂଆ ଗାଇଡଲାଇନ

ଫିଲ୍ମ ପାଇଁ ଆସିଲା ନୂଆ ଗାଇଡଲାଇନ । ଫିଲ୍ମ ସାର୍ଟିଫିକେଟ ପ୍ରଦାନ ସମୟରେ ସଂସ୍କାର ଆଣିବାକୁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଫିଲ୍ମ ସାର୍ଟିଫିକେଟ ପ୍ରଦାନ କରିବା ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ସିନେମାଟୋଗ୍ରାଫ୍ ନିୟମ ୨୦୨୪ ଲାଗୁ କରିଛନ୍ତି । ଶୁକ୍ରବାର ଏ ସମ୍ପର୍କରେ ଏକ ବିବୃତ୍ତି ମଧ୍ୟ ପ୍ରକାଶ କରିଛନ୍ତିି । ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ନୂଆ ନିୟମ ଦ୍ୱାରା ସିନେମା ଜଗତରେ ଅନେକ ସଂସ୍କାର ଆସିବ । ଚଳଚ୍ଚିତ୍ର ଶିଳ୍ପ ପାଇଁ ଏହା ଉତ୍ତମ ସାବ୍ୟସ୍ତ ହେବ । ଏଥିରେ ସ୍ୱଚ୍ଛତା ରହିବ । ଫିଲ୍ମଗୁଡ଼ିକ ଭଲ ବ୍ୟବସାୟ କରିବାରେ ଏହା ସହଯୋଗ ହେବ । ସିନେମାଟୋଗ୍ରାଫ୍ ୨୦୨୪ ନିୟମ ଫିଲ୍ମର ପରଦର୍ଶିତା ବୃଦ୍ଧି ଏବଂ ସମସ୍ତ ବାଧାକୁ ଶେଷ କରିବା ସହାୟକ ହେବ । ଚଳଚ୍ଚିତ୍ରର ପ୍ରିମିୟର ପାଇଁ ମଧ୍ୟ ଏକ ନିୟମ ପ୍ରତିଷ୍ଠା ହେବ । ବିବୃତ୍ତିରେ କୁହାଯାଇଛି ଯେ ଏହି ନିୟମ ଦ୍ୱାରା ଫିଲ୍ମ ସାର୍ଟିଫିକେଟ୍ ପ୍ରଦାନ ପ୍ରକ୍ରିୟାର ସମୟ ସୀମା ମଧ୍ୟ ହ୍ରାସ କରିବ । ଏହା ସହିତ, ସମସ୍ତ ନେଣଦେଣ ମଧ୍ୟ ଅନ୍ଲାଇନ୍ ଜରିଆରେ କରାଯିବ । ଏହି ନିୟମରେ ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଜଣେ ଭିନ୍ନକ୍ଷମ କିଭଳି ଫିଲ୍ମ ଦେଖିବାକୁ ଆଗ୍ରହୀ ହେବେ ସେନେଇ ତାଙ୍କ ପାଇଁ ସମସ୍ତ ସୁବିଧା କରାଯିବ । ଯେଉଁମାନେ ଆଂଶିକ ଦୃଷ୍ଟିହୀନ ବା ବଧିର ସେମାନଙ୍କ ପାଇଁ ମଧ୍ୟ ଫିଲ୍ମ ଦେଖିବାକୁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା । ବଧିରଙ୍କ ପାଇଁ ସାଇନ୍ ଲାଙ୍ଗୁଏଜ୍ ବା ସବ୍ଟାଇଟଲର ବ୍ୟବସ୍ଥା ମଧ୍ୟ ରହିବ ।

author

Related Articles

Leave a Reply

Your email address will not be published. Required fields are marked *