ମୋଦି ସରକାରଙ୍କ ବଡ ଆକ୍ସନ

ମୋଦି ସରକାରଙ୍କ ବଡ ଆକ୍ସନ

କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ଉପରେ ଏକ ବଡ ପଦକ୍ଷେପ ନେଇଛନ୍ତି ମୋଦି ସରକାର । ୟାସିନ୍ ମଲ୍ଲିକଙ୍କ ସଂଗଠନ ଜମ୍ମୁ ଆଣ୍ଡ କାଶ୍ମୀର ଲିବରେସନ୍ ଫ୍ରଣ୍ଟ ଉପରେ ମୋଦି ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତାଙ୍କ ପାର୍ଟୀ ଉପରେ ୫ ବର୍ଷର ପ୍ରତିବନ୍ଧକ ଲଗାଇଛନ୍ତି । ୫ ବର୍ଷ ପାଇଁ ଏହି ତାଙ୍କ ସଙ୍ଗଠନକୁ ‘ବେଆଇନ୍ ସଙ୍ଗଠନ’ ଭାବେ ଘୋଷଣା କରିଛନ୍ତି ମୋଦୀ ସରକାର । ଗୃହମନ୍ତ୍ରୀ ଅମିତ ଶାହ ଚେତାବନୀ ଦେବା ଢଙ୍ଗରେ କହିଛନ୍ତି ଯେ, ଏହି ପ୍ରତିବନ୍ଧିତ ସଙ୍ଗଠନ ଜମ୍ମୁ-କାଶ୍ମୀରରେ ଆତଙ୍କ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ ଦେବା କାର୍ଯ୍ୟରେ ସାମିଲ ଅଛି । ଦେଶର ସୁରକ୍ଷା, ପ୍ରଭୁତା ତଥା ଅଖଣ୍ଡତାକୁ ଚ୍ୟାଲେଂଜ ଦେଉଥିବା କୌଣସି ବି ବ୍ୟକ୍ତି ବା ସଙ୍ଗଠନକୁ ଆଇନଗତ କଠୋର ପରିଣାମ ଭୋଗିବାକୁ ପଡିବ ବୋଲି କହିଛନ୍ତି ଅମିତ ଶାହ ।

author

Related Articles

Leave a Reply

Your email address will not be published. Required fields are marked *