ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସମନ୍ ଫାଙ୍କିବା ଅଭିଯୋଗରେ ବେଲ୍ ପ୍ରଦାନ କରିଥିଲେ । କିନ୍ତୁ ଆଜି ପୁଣି ଇଡି ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ୍ ପଠାଇଛି । ଏହାକୁ ମିଶାଇ ୯ ଥର ଇଡି ନୋଟିସ୍ ଜାରି କରିସାରିଲାଣି । ଏବଂ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏହି ନୋଟିସ୍ ପଠାଯାଇଛି । ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ୮ ଥର ସମନ ପଠାଇ ସାରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ହାଜର ହେଉନାହାନ୍ତି।ଫଳରେ ଏହାକୁ ନେଇ ଇଡି ଅଧିକାରୀ କୋର୍ଟରେ ହାଜର ହୋଇଥିଲେ।
କେଜ୍ରିୱାଲଙ୍କ ବିରୁଦ୍ଧରେ ଦୁଇଟି ଅଭିଯୋଗ କରିଥିଲା ଇଡି। କେଜ୍ରିୱାଲ ବାବମ୍ବାର ସମନ ଏଡାଇ ଚାଲିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲା କେଦ୍ରୀୟ ତଦନ୍ତକାରୀ ସଂସ୍ଥା।
ଗତକାଲି ରାଉଜ୍ ଆଭେନ୍ୟୁ କୋର୍ଟ ଏ ଉପରେ ବିଚାର କରିଥିଲେ। ଶୁଣାଣି ସମୟରେ କେଜ୍ରିୱାଲ ଇଡିରେ ହାଜର ନ ହେବାକୁ ନେଇ କାରଣ ଦର୍ଶାଇଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ତାଙ୍କୁ ଆଗୁଆ ବେଲ୍ ଦେଇଛନ୍ତି। କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲା ଉପରେ ଜେରା ପାଇଁ କେଜ୍ରିୱାଲଙ୍କୁ ପୁନର୍ବାର ସମନ ପଠାଇଛି।