ନିଶବ୍ଦ ହୋଇଗଲା ଲୋୟର ପିଏମଜି

ନିଶବ୍ଦ ହୋଇଗଲା ଲୋୟର ପିଏମଜି

୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ଏହା ସହ ଲାଗୁ ହୋଇସାରିଛି ଆଦର୍ଶ ଆଚରଣ ବିଧି । ଆଉ ଏପଟେ ଶାନ୍ତ ପଡିଯାଇଛି ରାଜଧାନୀର ସବୁଠୁ ଚଳଚଞ୍ଚଳ ସ୍ଥାନ ଲୋୟର ପିଏମଜି । ଧାରଣ, ପ୍ରତିବାଦ ଓ ନାରାବାଜିରେ କମ୍ପୁଥିବା ଗାନ୍ଧୀମାର୍ଗ ଏକଦମ୍ ନିଶବ୍ଦ ପଡିଯାଇଛି । ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ବସିଥିବା ଆନ୍ଦୋଳନକାରୀ ଘରକୁ ଫେରିଛନ୍ତି ।
ଆଉ ଏହାରି ଭିତରେ ହାତ ଗଣତି ଆନ୍ଦୋଳନକାରୀ ଧାରଣାରେ ବସିଛନ୍ତି । ନୂଆ ସରକାର ଗଠନ ହେବା ଯାଏଁ ଧାରଣାରେ ବସି ରହିବେ ବୋଲି କହିଛନ୍ତି । ଅନ୍ୟପଟେ ଆନ୍ଦୋଳନକାରୀଙ୍କ ଭିଡ଼ ଉପରେ ନିର୍ଭର କରୁଥିବା ଛୋଟ ଛୋଟ ବ୍ୟବସାୟୀ ଚାହିଁ ବସିଛନ୍ତି ଆସନ୍ତା ଆନ୍ଦୋଳନକୁ ।

author

Related Articles

Leave a Reply

Your email address will not be published. Required fields are marked *