୫୦୦ ବର୍ଷ ପରେ ହୋଲି ଖେଳିବେ ରାମଲାଲା

୫୦୦ ବର୍ଷ ପରେ ହୋଲି ଖେଳିବେ ରାମଲାଲା

ଆସୁଛି ରଙ୍ଗର ପର୍ବ । ହୋଲି ମହୋତ୍ସବ ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ଉତ୍ସବକୁ ଧୁମଧାମରେ ପାଳନ କରିବାକୁ ସମସ୍ତେ ଅପେକ୍ଷାରେ ରହିଛନ୍ତି । ଏପରିକି ଭଗବାନ କୃଷ୍ଣଙ୍କ ଜନ୍ମସ୍ଥଳୀ ମଥୁରାରେ ମଧ୍ୟ ପାରମ୍ପରିକ ହୋଲି ପର୍ବ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଏଠାରେ ଏହି ପର୍ବ ବହୁ ଆଡମ୍ବରରେ ପାଳନ କରାଯିବ ବୋଲି ସୂଚନା ମିଳିଛି । ଏଥର ଅଯୋଧ୍ୟା ରାମ ମନ୍ଦିରର ହୋଲି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। କାହିଁକି ନା ୪୯୫ ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଭବ୍ୟ ରାମ ମନ୍ଦିରରେ ହୋଲି ଖେଳିବେ ରାମଲାଲା । ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି। ଭବ୍ୟ ରାମ ମନ୍ଦିରରେ କିପରି ହୋଲି ଉତ୍ସବ ପାଳନ କରାଯିବ ସେନେଇ ପୂଜକମାନଙ୍କ ସହ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଲୋଚନା ଜାରି ରହିଛି। ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ହୋଲି ଉତ୍ସବକୁ ନେଇ ସାଧୁ, ସନ୍ଥଙ୍କ ସହ ଭକ୍ତମାନେ ବେଶ୍ ଉତ୍ସାହିତ ଅଛନ୍ତି। ଚଳିତ ବର୍ଷ ହୋଲିରେ ରାମଲାଲା ନୂଆ ପୋଷାକ ପିନ୍ଧିବା ସହ ତାଙ୍କ ନିକଟରେ ବିଭିନ୍ନ ପ୍ରକାର ଭୋଗ ଲାଗି ହେବ। ଏହାସହ ହୋଲି ଉତ୍ସବରେ ଶ୍ରଦ୍ଧାଳୁଙ୍କୁ ୫୬ ପ୍ରକାରର ପ୍ରସାଦ ବଣ୍ଟନ କରାଯିବ। ଏହାପରେ ରାମଲାଲାଙ୍କୁ ଅବିର-ଗୁଲାଲ ଅର୍ପଣ କରି ହୋଲି ପାଳନ କରାଯିବ ବୋଲି ସେ କହିଛନ୍ତି। ଏହା ସହ ଚଳିତ ଥର ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ, ହୋଲି ଗୀତ ଓ ଶବ୍ଦ ପାଠ କରାଯିବ।

author

Related Articles

Leave a Reply

Your email address will not be published. Required fields are marked *