କ୍ୟାମେରାରେ କଏଦ ହେଲା ମହାବଳ ବାଘ

କ୍ୟାମେରାରେ କଏଦ ହେଲା ମହାବଳ ବାଘ

କ୍ୟାମେରାରେ କଏଦ ହେଲା ମହାବଳ ବାଘ । ସୁନ୍ଦରଗଡଠାରେ ମହାବାଳ ବାଘକୁ ଠାବ କରାଯାଇଛି । ଏହି ମହାବଳ ବାଘଟି ମଧ୍ୟପ୍ରଦେଶର ଟାଇଗର ଜୋନରୁ ଆସିଥିବା ଅନୁମାନ କରାଯାଉଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବଣାଇ ଡିଏଫଓ ଲଳିତ କୁମାର ପାତ୍ର । ବଣାଇ ବାରସୁଆ ରେଞ୍ଜର ତୋଡ଼ା ସଂରକ୍ଷିତ ଜଙ୍ଗଲରେ ଖଞ୍ଜା ଯାଇଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଚିତ୍ର । ବଣାଇ ଜଙ୍ଗଲରେ ମହାବଳ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ମଧ୍ୟକୁ ଯିବାକୁ ସଚେତନ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *