ସାବାଡ ହେବେ ଟ୍ରାଫିକ୍ ସିଗନାଲ୍ ଭାଙ୍ଗୁଥିବା ଅମାନିଆ

ସାବାଡ ହେବେ ଟ୍ରାଫିକ୍ ସିଗନାଲ୍ ଭାଙ୍ଗୁଥିବା ଅମାନିଆ

ଏଣିକି ଆଉ ଟ୍ରାଫିକ ସିଗନାଲ୍ ଡେଇଁ ଖସିଯିବା ସହଜ ହେବନି । ଖାସ କରି ରାଜଧାନୀରେ ଏପରି କଲେ ଗାଡି ଚାଳକଙ୍କୁ ଭାରି ପଡିବ ବୋଲି ସୂଚନା ମିଳିଛି । କେବଳ ସେତିକି ନୁହେଁ ଗାଡି ଚାଳକମାନେ ତଣ୍ଡ ବି ଗଣିବା ସହ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ଭୟ ବି ରହିଛି । ଟ୍ରାଫିକ୍ ସିଗନାଲ୍ ଭାଙ୍ଗୁଥିବା ଅମାନିଆଙ୍କ ପାଇଁ ଏପରି କଡ଼ା ନିୟମ କରିଛି ଭୁବନେଶ୍ୱର ଟ୍ରାଫିକ ପୁଲିସ୍ । ରାଜଧାନୀରେ ଟ୍ରାଫିକ ପୋଷ୍ଟର ରେଡ୍ ସିଗ୍ନାଲ ଡେଇଁଲେ ଆଉ ତ୍ରାହି ନାହିଁ। କେବଳ ଯେ ୩ ମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ ବା DL ବାତିଲ୍ ହେବ ତା ନୁହେଁ, ଗାଡ଼ିକୁ ସିଧାସଳଖ କୋର୍ଟଚାଲାଣ କରାଯିବ। ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏହି ସୂଚନା ଦେଇଛନ୍ତି। ଟ୍ରାଫିକ ସଚେତନତାକୁ ଜୋରଦାର କରିବାକୁ ଯାଇ ଏପରି ନୂଆ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୁଲିସ୍। ଏହି କ୍ରମରେ ଅଭ୍ୟାସଗତ ଅମାନିଆଙ୍କ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ। ରାଜଧାନୀର ପ୍ରବେଶ ପଥ ତଥା ଜନଗହଳିପୂର୍ଣ୍ଣ ଟ୍ରାଫିକ ଛକରେ ପ୍ରଥମେ ଏହି ନିୟମକୁ କଡ଼ାକଡ଼ି କରାଯାଇଛି। ପରେ ଏହାକୁ ସମଗ୍ର ରାଜଧାନୀରେ ଲାଗୁ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *