ଦିଲ୍ଲୀରେ ଚାଲିଛି ରାଜ୍ୟ ବିଜେପିର ଭାଗ୍ୟ ପରୀକ୍ଷା

ଦିଲ୍ଲୀରେ ଚାଲିଛି ରାଜ୍ୟ ବିଜେପିର ଭାଗ୍ୟ ପରୀକ୍ଷା

ଓଡିଶାର ବିଜେପି ଟିକେଟ ନେଇ କେନ୍ଦ୍ରରେ ଦ୍ୱନ୍ଦ । ରାଜ୍ୟ ବିଜେପିର ଭାଗ୍ୟ ପରିଚାଳନା କରୁଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ରାଜ୍ୟ ବିଜେପି ସିଟ ପାଇଁ ଗତ କାଲି ରାତି ଅଧ ପର୍ଯ୍ୟନ୍ତ ବୈଠକ ହୋଇଛି । ସୋମବାର ରାଜ୍ୟ ନେତୃତ୍ୱଙ୍କ ସହ ରାତି ଅଧ ପର୍ଯ୍ୟନ୍ତ ବୈଠକ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅମିତ ଶାହ ଆସନୱାରୀ ଆଲୋଚନା କରିବା ସହ ପ୍ରତି ନିର୍ବାଚନମଣ୍ଡଳୀର ସ୍ଥିତି ବୁଝିଥିବା ସୂଚନା ମିଳିଛି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ଆଜି ଦିଲ୍ଲୀରେ ବିଜେପିର ସିଇସି ଅର୍ଥାତ୍ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି । ଏଥିରେ ଓଡ଼ିଶା ସଂପର୍କରେ ଆଲୋଚନା ହୋଇପାରେ । ସୋମବାର ରାତି ୨ଟା ପର୍ଯ୍ୟନ୍ତ ମଧ୍ୟ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ନେତୃତ୍ୱ ।

author

Related Articles

Leave a Reply

Your email address will not be published. Required fields are marked *