ଖୁବଶୀଘ୍ର ଭାରତୀୟ କ୍ରିକେଟ ଟିମରେ ନଜର ଆସିବେ ଓଡିଆ ଖେଳାଳି

ଖୁବଶୀଘ୍ର ଭାରତୀୟ କ୍ରିକେଟ ଟିମରେ ନଜର ଆସିବେ ଓଡିଆ ଖେଳାଳି

ଖୁବଶୀଘ୍ର ଭାରତୀୟ କ୍ରିକେଟ ଟିମରେ ନଜର ଆସିବେ ଓଡିଆ ଖେଳାଳି । ଅନ୍ତ ହେବ ଦୁଇ ଦଶନ୍ଧିର ପ୍ରତୀକ୍ଷା । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏକ ଏମଓୟୁ ସାଇନିଂ କାର‌୍ୟ୍ୟକ୍ରମରେ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏକଥା କହିଛନ୍ତି । ରବି ଶାସ୍ତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା କୋଚିଂ ବିୟଣ୍ଡ ଏବେ କଟକରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏମଜିଏମ ସ୍କୁଲ ଅଫ୍ ସ୍ପୋଟସ୍ ସହ ମିଶି ଓଡ଼ିଶାରେ ଉଚ୍ଚସ୍ତରୀୟ କ୍ରିକେଟ ପ୍ରଶିକ୍ଷଣ ଭିତ୍ତିଭୂମି ଯୋଗାଇଦେବାକୁ ଯାଉଛି । ଏହି କୋଚିଂ ଶିବିରରେ ୧୬ରୁ ୧୯ ବର୍ଷ ବୟସର କ୍ରିକେଟର ଅଂଶଗ୍ରହଣ କରିବା ସହ ସେମାନଙ୍କ କ୍ରିକେଟରେ କିପରି ଉନ୍ନତି ହେବ, ସେ ଦିଗରେ ପ୍ରଶିକ୍ଷଣ ଦିଆଯିବ । ଖାଲି କ୍ରିକେଟର ନୁହଁନ୍ତି, ଓଡ଼ିଶାରେ ଥିବା କ୍ରିକେଟ କୋଚମାନଙ୍କୁ ମଧ୍ୟ ପ୍ରଶିକ୍ଷଣର ଆବଶ୍ୟକତା ଥିବା ରବି ଶାସ୍ତ୍ରୀ କହିଛନ୍ତି । ରବି ଶାସ୍ତ୍ରୀଙ୍କ ସହ ପୂର୍ବତନ ଭାରତୀୟ ବୋଲିଂ କୋଚ୍ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏବଂ ପୂର୍ବତନ ବୋଲର କଭେଙ୍କଟପତି ରାଜୁ ମଧ୍ୟ ଏହି କୋଚିଂ ପ୍ୟାନେଲର ସଦସ୍ୟ ଅଛନ୍ତି । ଏହି ଏକାଡେମୀର କୋଚିଂ କାର‌୍ୟ୍ୟକ୍ରମ ଚଳିତବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *