ମେଣ୍ଟ ପ୍ରସଙ୍ଗରେ ଅମିତ ଶାହଙ୍କ ବଡ଼ ମନ୍ତବ୍ୟ

ମେଣ୍ଟ ପ୍ରସଙ୍ଗରେ ଅମିତ ଶାହଙ୍କ ବଡ଼ ମନ୍ତବ୍ୟ

ଓଡିଶାରେ ବିଜେଡି-ବିଜେପି ମେଣ୍ଟ ହେବ ନା ନାହିଁ , ସେ ପ୍ରଶ୍ନ ଆଜି ବି ଅନେକ ଲୋକଙ୍କ ମନରେ ରହିଛି । କିନ୍ତୁ ଏହି ଦ୍ୱନ୍ଦ୍ୱ ମଧ୍ୟରେ ବିଜେପିର ଚାଣକ୍ୟ କୁହାଯାଉଥିବା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଦେଇଛନ୍ତି ଏକ ବଡ ବୟାନ । ଜାତୀୟ ଗଣମାଧ୍ୟମ ସଂସ୍ଥା ନେଟୱର୍କ ୧୮ର କନକ୍ଲେଭରେ ଯୋଗ ଦେଇ ଅମିତ୍ ଶାହା କହିଛନ୍ତି, ବିଜେଡି-ବିଜେପି ମେଣ୍ଟ ସମ୍ପର୍କରେ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇନି । ଏସମ୍ପର୍କରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଷ୍ପତ୍ତି ନେବେ । ଏଥିସହିତ ଓଡିଶା ଲୋକଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଭଲପାଇବା ଅଛି ବୋଲି ଶାହା ମତବ୍ୟକ୍ତ କରିଛନ୍ତି । ଏଥର ନିର୍ବାଚନରେ ବିଜେପି ଆହୁରି ଅଧିକ ସଶକ୍ତ ହେବ । ନିଶ୍ଚିତରୂପେ ଓଡିଶାର ବିଧାନସଭା ଓ ଲୋକସଭା ସିଟରେ ବିଜେପିର ସିଟ୍ ବଢିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ଶାହା ।

author

Related Articles

Leave a Reply

Your email address will not be published. Required fields are marked *