ଆଇଏସଆଇସ ଆତଙ୍କବାଦୀ ସଂଗଠନର ଭାରତ ମୁଖ୍ୟ ଗିରଫ । ଆସାମରୁ ଗିରଫ କରିଛି ଏସଟିଏଫ । ହାରିସ ଫାରୁକି ଓ ତାର ସହଯୋଗୀକୁ ଗିରଫ କରାଯାଇଛି । ହାରିସ ଫାରୁକି ଓ ତା ସହଯୋଗୀ ରେହାନକୁ ବାଂଲାଦେଶ ସୀମା ଦେଇ ଭାରତରେ ଅନୁପ୍ରବେଶ ଉଦ୍ୟମ କରିବା ବେଳେ ଧରାପଡିଛନ୍ତି । ଗୁଇନ୍ଦା ସୂଚନା ମିଳିବା ପରେ ଆସାମ ଏସଟିଏଫ ଚଢ଼ାଉ ଦୁଇ ଆତଙ୍କବଦୀଙ୍କୁ କାବୁ କରିଥିଲେ । ଆସାମର ଧୁବରି ଜିଲ୍ଲା ଅନ୍ତର୍ଗତ ଧର୍ମଶାଳାରୁ ଗିରଫ କରିବା ପରେ ଦୁଇ ଆତଙ୍କବାଦୀଙ୍କୁ ଗୌହାଟି ସ୍ଥିତ ଏସଟିଏଫ କାର୍ଯ୍ୟାଳୟକୁ ଅଣାଯାଇଛି । ଏସଟିଏଫ୍ ଦୁଇ ଜଣଙ୍କ ପଚରା ଉଚରା କରିବା ପରେ ଏନଆଇଏକୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି ।
You can share this post!
author
Related Articles
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024
ଓଡ଼ିଶା ଫୋଟ ଏକ୍ସପୋ 2024ଉଦଘାଟିତ
- September 28, 2024
ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପ୍ରତିବାଦ
- September 28, 2024