ହାଇକୋର୍ଟ ଗଲେ କେଜ୍ରିୱାଲ

ହାଇକୋର୍ଟ ଗଲେ କେଜ୍ରିୱାଲ

ଥମୁନି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ । ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ହାଇକୋର୍ଟରେ ଏକ ପିଟିସନ ଦାୟର କରି କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ମଦ ଦୁର୍ନୀତି ମାମଲା ଯାଞ୍ଚରେ ସହଯୋଗ କରିବାକୁ ମୁଁ ପ୍ରସ୍ତୁତ କିନ୍ତୁ ତାଙ୍କୁ ଗିରଫ କରିବା ପାଇଁ ଇଡିକୁ ରୋକାଯାଉ । କେଜ୍ରିୱାଲ ଦେଇଥିବା ପିଟିସନରେ ଇଡି ତାଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ଯେଉଁଥିପାଇଁ ସେ ଆଗୁଆ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ଏହି ମାମଲାର ଶୁଣାଣି ଆଜି ହେବ । ଆଜି ଇଡିରେ ହାଜର ହେବାକୁ ନୋଟିସ ପାଇଥିଲେ କେଜ୍ରିୱାଲ । କିନ୍ତୁ ଇଡିକୁ ଯିବା ପୂର୍ବରୁ ହାଇକୋର୍ଟରେ ପହଞ୍ଚିଛନ୍ତି କେଜ୍ରିୱାଲ ।

author

Related Articles

Leave a Reply

Your email address will not be published. Required fields are marked *