କଂଗ୍ରେସ ଅଧ୍ୟକ୍ଷଙ୍କ ନିଷ୍ପତ୍ତିିକୁ ନେଇ ବଢିଲା ଚର୍ଚ୍ଚା ।

କଂଗ୍ରେସ ଅଧ୍ୟକ୍ଷଙ୍କ ନିଷ୍ପତ୍ତିିକୁ ନେଇ ବଢିଲା ଚର୍ଚ୍ଚା ।

ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ଦେଇଛି କଂଗ୍ରେସ । ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । କିନ୍ତୁ ନିର୍ବାଚନ ମୁଣ୍ଡ ଉପରେ ଥିଲା ବେଳେ ପ୍ରଚାର କମିଟିର ଅଧ୍ୟକ୍ଷଙ୍କୁ ବଦଳାଇଦିଆଯିବା ଘଟଣା କଂଗ୍ରେସ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ସୂଚନା ଅନୁସାରେ କିଛିଦିନ ପୂର୍ବରୁ ଇସ୍ତାହାରକୁ ନେଇ ଦେଖାଦେଇଥିଲା ବିବାଦ । ବିଜୟଙ୍କ ବିରୋଧରେ ସଙ୍ଗୀନ୍ ଆଭିଯୋଗ ଆଣିଥିଲେ ପଂଚାନନ କାନୁନଗୋ । ସେ କରିଥିବା ଇସ୍ତାହାରକୁ ବିଜୟ ବଦଳାଇ ଦେଇଥିବା ଆଭିଯୋଗ କରିଥିଲେ । ପରେ ଏପରି ଏକ ନିଷ୍ପତ୍ତିି ଏଆଇସିସି ନେଇଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *