ମଝିରୁ ଭାଙ୍ଗିଗଲା ନିର୍ମାଣାଧିନ ବ୍ରିଜ୍

ମଝିରୁ ଭାଙ୍ଗିଗଲା ନିର୍ମାଣାଧିନ ବ୍ରିଜ୍

ବିହାର ସୁପୌଲରେ କୋସି ନଦୀରେ ଘଟିଛି ଏକ ବଡ ଅଘଟଣ । ଏହି ନଦୀ ଉପରେ ନିର୍ମାଣ ହେଉଥିବା ଦେଶର ସବୁଠୁ ଲମ୍ବା ବ୍ରିଜର ଏକ ବଡ ଅଂଶ ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଏହବାଦ୍ ଏକାଧିକ ଶ୍ରମିକ ବ୍ରିଜ ତଳେ ଚାପି ହୋଇରହିଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ, ପୋଲର ୫୦, ୫୧ ଓ ୫୨ଟି ସ୍ତମ୍ଭର ଘାଟି ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି। ବ୍ରିଜ ତଳେ ୨୦ରୁ ଅଧିକ ଲୋକ ଫସି ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠାରୁ ଲମ୍ବା ସଡ଼କ ସେତୁ ।୨୦୨୩ ଅଗଷ୍ଟ ସୁଦ୍ଧା ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବାର ଥିଲା, ଯାହା ଏବେ ୨୦୨୪ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୫୬ ପ୍ରତିଶତ ସେତୁ କାମ ଶେଷ ହୋଇଛି। ଏଥିରେ ମୋଟ ୧୭୧ଟି ସ୍ତମ୍ଭ ଥିବା ବେଳେ ସେଥିରୁ ୧୬୬ରୁ ଅଧିକ ସ୍ତମ୍ଭ ପ୍ରସ୍ତୁତ ହୋଇସାରିଛି।

author

Related Articles

Leave a Reply

Your email address will not be published. Required fields are marked *