ଜାରି ହେଲା ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଜାରି ହେଲା ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏଥିରେ ତାମିଲନାଡୁ ଓ ପୁଡୁଚେରୀର ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି । ଏପ୍ରିଲ ୧୯ ତାରିଖରେ ପୁଡୁଚେରୀ ଓ ତାମିଲନାଡୁରେ ଭୋଟ ଗ୍ରହଣ ହେବ । ପୁଡୁଚେରୀ ଲୋକସଭା ପାଇଁ ବିଜେପି ନମସିବିୟମଙ୍କୁ ଟିକେଟ ଦେଇଛି । ଏହି ଆସନରୁ ଏବେ କଂଗ୍ରେସ ତରଫରୁ ବି, ବୈଥଲିଙ୍ଗମ ସାଂସଦ ରହିଛନ୍ତି । କଂଗ୍ରେସ ତରଫରୁ ପୁଣି ତାଙ୍କ ଉପରେ ଭରସା କରାଯାଇଛି । ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପି ତାମିଲନାଡୁର ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ତାମିଲନାଡୁ ବିଜେପି ମୁଖ୍ୟ ଅନ୍ନାମଲାଇଙ୍କୁ କୋଇମ୍ବାଟୁର ଲୋକସଭା ଆସନ ପାଇଁ ଟିକେଟ ଦିଆଯାଇଛି । ଏହାସହ ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କୁ ଦକ୍ଷିଣ ଚେନ୍ନାଇ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *