ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୃହରି ମହତାବ

ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୃହରି ମହତାବ

ଦୀର୍ଘ ଦିନ ଧରି କଟକ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ ବିଜେଡି ଛାଡିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ର ସମ୍ପର୍କରେ ସେ ପ୍ରେସମିଟ ଜରିଆରେ ଜଣାଇଛନ୍ତି । ସେ କହିଛନ୍ତି ଯେ, ଭଗ୍ନ ହୃଦୟର ସହ ବିଜେଡିରୁ ଇସ୍ତଫା ଦେଇଛି । ଅପରାହ୍ନ ୪ଟାରେ ପଠାଇଛି ଚିଠି । ବନ୍ଧନରେ ରହିଲା ଭଳି ଅନୁଭବ କଲାପରେ ଇସ୍ତଫା ଦେଇଛି । ମୋ ଧୈର‌୍ୟ୍ୟର ସୀମା ଅତିକ୍ରମ କରିଛି । ଅଢେଇ ବର୍ଷ ହେବ ଆଉ କିଛି ମତ ପ୍ରକାଶ କରୁନାହିଁ । ଦଳ ତିଆରି ହେବା ବେଳେ ଗୋଟେ ଦାୟିତ୍ୱ ଥିଲା । ଏବେ ତାହା ହଜି ସାରିଛି ।

author

Related Articles

Leave a Reply

Your email address will not be published. Required fields are marked *