ନିର୍ବାଚନୀ ସଭାରେ ସୁର ରାଉତରାୟଙ୍କ ବଡ ବୟାନ

ନିର୍ବାଚନୀ ସଭାରେ ସୁର ରାଉତରାୟଙ୍କ ବଡ ବୟାନ

କଂଗ୍ରେସ ଛାଡିବେନି ଜଟଣୀ ବିଧାୟକ ସୁର ରାଉତରାୟ । ଏକ ନିର୍ବାଚନୀ ସଭାରେ ଏଭଳି କିଛି ବଡ ବୟାନ ଦେଇଛନ୍ତି ସୁର ରାଉତରାୟ । ସେ କହିଛନ୍ତି ଯେ, ସେ କଂଗ୍ରେସ ଛାଡିବେ ନାହିଁ । କିନ୍ତୁ ତାଙ୍କ ପୁଅ ଯେଉଁ ଦଳରେ ପ୍ରାର୍ଥୀ ହେବେ ସେହି ଦଳକୁ ସେ ସମର୍ଥନ କରିବେ । ଜଣେ ପୋଖତ କଂଗ୍ରେସ ନେତା ଭାବେ ପରିଚିତ ସୁର ରାଉତରାୟ । ବିଭିନ୍ନ ସମୟରେ କଂଗ୍ରେସ ପାଇଁ ଆଗକୁ ଆସି ବୟାନବାଜି କରନ୍ତି । କିନ୍ତୁ ମିଳିଥିବା ସୂଚନା ଅନୁସାରେ ତାଙ୍କର ପୁଅ କଂଗ୍ରେସରୁ ପ୍ରାର୍ଥୀ ହେବାର ସମ୍ଭାବନା ନାହିଁ । ତଥାପି ତାଙ୍କ ପୁଅ ବିଧାୟକ ହୁଅନ୍ତୁ ବୋଲି ଆଶା ରଖିଛନ୍ତି ସୁର ରାଉତରାୟ । ଗତକାଲି ଜଟଣୀ ନାଗରିକ କମିଟି ଓ ଜଟଣୀ ନିର୍ବାଚନ ମଣ୍ଡଳୀର ହଜାର ହଜାର ଜନସାଧାରଣଙ୍କ ଦ୍ୱାରା ଗଙ୍ଗପଡ଼ା ପଞ୍ଚାୟତରେ ଭୁଆସୁଣୀ ପୀଠରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ସୁର ରାଉତରାୟ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ନା ଘୋଷଣା କରିଛନ୍ତି । ଏବଂ ମନ୍ମଥ ଯେଉଁ ଦଳରୁ ଟିକେଟ ପାଇ ଲଢିବେ ସେହି ଦଳକୁ ସମର୍ଥନ କରିବେ ବୋଲି କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *