ଅଯୋଧ୍ୟାରେ ହୋଲିକୁ ନେଇ ଖୁସିର ମାହୋଲ; ରଙ୍ଗ ଖେଳୁଛନ୍ତି ରାମଲାଲା

ଅଯୋଧ୍ୟାରେ ହୋଲିକୁ ନେଇ ଖୁସିର ମାହୋଲ; ରଙ୍ଗ ଖେଳୁଛନ୍ତି ରାମଲାଲା

ପୁଣି ଥରେ ଖୁସିିର ରଙ୍ଗରେ, ପ୍ରେମର ରଙ୍ଗରେ ଉତ୍ସବ ମୁଖର ସାରା ଦେଶ । ଆଉ ଏହି ଦିନରେ ସବୁଠୁ ଆକର୍ଷଣୀୟ ସାଜିଛି ମଥୁରା ଓ ବୃନ୍ଦାବନ ନଗରୀ । କେବଳ ଦେଶ ନୁହେଁ ବିଦେଶୀ ଶ୍ରଦ୍ଧାଳୁ ମାନେ ମଧ୍ୟ ନିଜ ପ୍ରିୟ ପ୍ରଭୁଙ୍କ ରଙ୍ଗରେ ରଙ୍ଗେଇ ହେବାକୁ ଏଠାକୁ ଛୁଟି ଆସିଛନ୍ତି । ରଙ୍ଗ, ଫୁଲ, ନୃତ୍ୟ, ଗୀତ ସହ ଆଧ୍ୟାତ୍ମିକ ଓ ଉତ୍ସାହରେ ବୁଡି ରହିଛି ମଥୁରା ଓ ବୃନ୍ଦାବନ । ପ୍ରତିବର୍ଷ ପରି ଏଥରକ ମଧ୍ୟ ହୋଲିରେ ଝୁମିଛି ମଥୁରା ବୃନ୍ଦାବନ । ସେପଟେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପ୍ରଥମଥର ପାଇଁ ଅଯୋଧ୍ୟାରେ ହୋଲି ଉତ୍ସବର ଆୟୋଜନ କରାଯାଇଛି । ବିଭିନ୍ନ ରାଜ୍ୟରୁ ଶହ ଶହ ଶ୍ରଦ୍ଧାଳୁ ରାମଲାଲାଙ୍କ ଗହଣରେ ହୋଲି ପାଳିବାକୁ ଏଠାକୁ ଧାଇଁ ଆସିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *