ପବିତ୍ର ରମଜାନରେ ଗାଜାକୁ ଫେରିବ ଶାନ୍ତି

ପବିତ୍ର ରମଜାନରେ ଗାଜାକୁ ଫେରିବ ଶାନ୍ତି

ରମଜାନରେ ଗାଜାକୁ ଫେରିବ ଶାନ୍ତି । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଲାଗିବ ସାମୟିକ ବିରାମ । ୨୦୨୩ ଅକ୍ଟୋବରରୁ ଚାଲିଥିବା ନରସଂହାର ଉପରେ ରୋକ ଲାଗିବା ନେଇ ଆଶା ଟିକେ ବଢିଛି । ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଦୁଇ ପକ୍ଷଙ୍କ ଭିତରେ ଯୁଦ୍ଧ ବିରାମ ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ୧୫ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଏହି ପ୍ରସ୍ତାବ ସପକ୍ଷରେ ୧୪ଟି ଭୋଟ ପଡିଥିବା ବେଳେ ଆମେରିକା ଭୋଟିଂ ପ୍ରକ୍ରିୟାରୁ ଦୂରେଇ ରହିଛି । ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଥିବା ବେଳେ ଏହାଦ୍ୱାରା ଗାଜା ବାସୀଙ୍କ ଜନଜୀବନ ପ୍ରଭାବିତ ହୋଇଛି । ବର୍ତମାନ ପର‌୍ୟ୍ୟନ୍ତ ଏହି ଯୁଦ୍ଧରେ ୩୫ହଜାରରୁ ଅଧିକ ପାଲେଷ୍ଟାନୀୟ ନାଗରିକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସମ୍ପୂର୍ଣ୍ଣ ଗାଜା ପଟ୍ଟିରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି କି ଗାଜାରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଖାଦ୍ୟ, ପାନୀୟ ସମେତ ଚିକିତ୍ସା ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ବିପର‌୍ୟ୍ୟସ୍ତ ହୋଇପଡିଛି । ଏଭଳି ପରିସ୍ଥିତିରେ ଯୁଦ୍ଧ ପରିସ୍ଥିତିରେ ସୁଧାର ଆଣିବାକୁ ପଦକ୍ଷେପ ନେଇଛି ଜାତିସଂଘ ସୁରକ୍ଷା ପରିଷଦ ।

author

Related Articles

Leave a Reply

Your email address will not be published. Required fields are marked *