ଛତିଶଗଡରେ ନିପାତ ହେଲେ ୬ ମାଓବାଦୀ । ବିଜାପୁର-ସୁକମା ସୀମାରେ ଗୁଳି ବିନିମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଛନ୍ତି । ଏଥିରେ ୨ଜଣ ମହିଳା ମାଓବାଦୀ ଥିବା ସୂଚନା ମିଳିଛି । ସିଆରପିଏଫ ଓ ଡିଆରଜି ଯବାନଙ୍କ ପକ୍ଷରୁ ଗତକାଲି ଠାରୁ ଅପରେସନ ଆରମ୍ଭ ହୋଇଛି । ୩ ଗ୍ରାମବାସୀଙ୍କୁ ହତ୍ୟା ପରେ ଜୋରଦାର ହୋଇଛି ଅପରେସନ । ଗତକାଲି ମାଓବାଦୀ ବିଜାପୁର-ସୁକମା ସୀମାରେ ଲୁଚି ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ ।
You can share this post!
author