କଂଗ୍ରେସ ଛାଡିଲେ ସୁରେନ୍ଦ୍ର ସିଂ ଭୋଇ

କଂଗ୍ରେସ ଛାଡିଲେ ସୁରେନ୍ଦ୍ର ସିଂ ଭୋଇ

ନିର୍ବାଚନ ପୂର୍ବରୁ ଚାଲିଛି ନେତାମନ୍ତ୍ରୀ ମାନଙ୍କ ଦଳ ଡିଆଁ ପର୍ବ । ଏହା ଭିତରେ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା । କଂଗ୍ରେସ ଛାଡିଛନ୍ତି ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ଦଳର ପ୍ରାଥମିକ ସଦସ୍ୟ, ବଲାଙ୍ଗିର ଜିଲ୍ଲା ସଭାପକି ଓ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ର ସିଂ ଭୋଇ । ଦୀର୍ଘ ୩୮ ବର୍ଷ ଧରି ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରେ ରହିଆସିଥିଲେ ।  ଏଆଇସିସି ସଭାପତିଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି । ୨୦୦୯ରୁ ୨୦୧୪ ଯାଏଁ  ସେ ଟିଟିଲାଗଡ ଆସନରୁ  ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ ଓ ୨୦୧୯ରେ ଟୁକୁନି ସାହୁଙ୍କ ଠାରୁ ହାରିଯାଇଥିଲେ । କିଛି ଦିନ ତଳେ ଅଧିରାଜ ପାଣିଗ୍ରାହୀ ଓ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏବେ ସୁରେନ୍ଦ୍ର ସିଂ ଭୋଇଙ୍କ ଦଳ ଛାଡିବା କଂଗ୍ରେସ ପାଇଁ ଆଉ ଏକ ଝଟକା ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *