ବିଜେଡିରେ ମିଶିବେ ପ୍ରକାଶ ଚିରଞ୍ଜୀବ

ବିଜେଡିରେ ମିଶିବେ ପ୍ରକାଶ ଚିରଞ୍ଜୀବ

ବିଜେପି ଛାଡିଛନ୍ତି ପୂର୍ବତନ ବିଧାୟକ ପ୍ରକାଶ ବେହେରା । କଟକ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭାପତି ମନମୋହନ ସାମଲଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ସଂଗଠନରେ ଯେଉଁମାନଙ୍କ ପ୍ରମୁଖ ଭୂମିକା ରହିଛି ସେମାନଙ୍କୁ ଅଣାଦେଖା କରାଯାଇଛି । ଦଳ ସହିତ ତାଙ୍କର ବିଚାରଗତ ସମସ୍ୟା ରହିଲା । ବୁଝାମଣା ଠିକ୍ ରହିଲା ନାହିଁ । ସେ ଯାହା ଚାହୁଁଥିଲେ କରିପାରିଲେ ନାହିଁ ବୋଲି କହିଛନ୍ତି ପ୍ରକାଶ ବେହେରା । ଏହା ସହ ଆଗାମୀ ନିର୍ବାଚନରେ ସେ ପୁଣି ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । ଚର୍ଚ୍ଚା ହେଉଛି କି ସେ ବିଜେଡିରେ ମିଶିପାରନ୍ତି । ସେହିପରି କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଆଜି ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଶଙ୍ଖଭବନରେ ସେ ବିଜେଡିରେ ସାମିଲ ହେବେ ବୋଲି କୁହାଯାଉଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଗତ ବର୍ଷ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା । କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ହଟାଇଥିଲା ଏଆଇସିସି । ହେଲେ ପରବର୍ତୀ ସମୟରେ ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା ।

author

Related Articles

Leave a Reply

Your email address will not be published. Required fields are marked *