ନବୀନ ନିବାସରେ ଆଶାୟୀଙ୍କ ଭିଡ

ନବୀନ ନିବାସରେ ଆଶାୟୀଙ୍କ ଭିଡ

ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତ ହେଲେଣି । ଟିକେଟ ଆଶାୟୀ ମାନଙ୍କ ସଂଖ୍ୟା ବଢୁଛି । ଏ ଦଳରୁ ସେ ଦଳକୁ ଡିଆଁ ମାରୁଛନ୍ତି ନେତାମନ୍ତ୍ରୀ । ଏହାରି ଭିତରେ ନବୀନ ନିବାସରେ ଟିକେଟ୍ ଆଶାୟୀଙ୍କ ଭିଡ଼ । ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଚାଲିଛି ଶେଷ କସରତ । ୭୫ ବିଧାନସଭା, ୬ ଲୋକସଭା ଆସନ ଉପରେ ଏବେ ନଜର ରହିଛି । ଏକାଧିକ ଆଶାୟୀ ଥିବାରୁ ୩୫ ଜଣଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ନବୀନଙ୍କ ନିଷ୍ପତି ଉପରେ ସମସ୍ତଙ୍କର ନଜର ରହିଛି । ତୃତୀୟ ପର୍ଯ୍ୟାୟରେ ବଡ଼ ବଡ଼ ନେତା ଏବଂ ବହୁ ଚର୍ଚ୍ଚିତ ଆସନ ପାଇଁ ଟିକେଟ୍ ଘୋଷଣା ହେବାକୁ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *