ତତଲା କଡେଇରେ ଶିଝୁଛି ସାରା ରାଜ୍ୟ; ଆଗକୁ ଆହୁରି କଲବଲ କରିବ

ତତଲା କଡେଇରେ ଶିଝୁଛି ସାରା ରାଜ୍ୟ; ଆଗକୁ ଆହୁରି କଲବଲ କରିବ

କଲବଲ କରୁଛି ପ୍ରଚଣ୍ଡ ତାତି । ଏବେଠୁ ହିଁ ପାରଦ ୪୦ ଡିଗ୍ରୀ ଛୁଇଁଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାତି ବଢିବ ବୋଲି ପାଣିପାଗ ବିଭାଗର ସୂଚନା । ଏଥିସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ଦିନ ତାପମାତ୍ରା ୨ ଡିଗ୍ରୀ ପଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଗତକାଲି ରାଜ୍ୟର ୫ଟି ସହରରେ ତାତି ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।ଏସବୁ ଜିଲ୍ଲା ଗୁଡ଼ିକ ହେଉଛି, ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ ସମେତ ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ । ଏସବୁ ଭିତରେ ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ୩୭ ଡିଗ୍ରୀ ପାର ତାପମାତ୍ରାରେ ସିଝିଛି ଜନଜୀବନ । ସେହିପରି ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ଦିନ ମଧ୍ୟରେ ପାରଦ ୪୦ ଡିଗ୍ରୀ ପାର କରିପାରେ । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ଚଳିତ ବର୍ଷ ପ୍ରଥମ ଥର ପାଇଁ ୫ ସହର ତାପମାତ୍ରା ୪୦ ଛୁଇଁଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏପ୍ରିଲ ପହିଲାରୁ ଆହୁରି ଜାଳିବ ଖରା ।

author

Related Articles

Leave a Reply

Your email address will not be published. Required fields are marked *