ପ୍ରଚାରରେ ଲାଗିପଡିଛନ୍ତି ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ

ପ୍ରଚାରରେ ଲାଗିପଡିଛନ୍ତି ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ

ଘୋଷଣା ହୋଇସାରିଛି ନିର୍ବାଚନ ତାରିଖ । ଏବଂ ରାଜନୈତିକ ଦଳ ମାନେ ପର୍ଯ୍ୟାୟକ୍ରମେ ତାଙ୍କର ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରୁଛନ୍ତି । ଏହାରି ଭିତରେ ପ୍ରଚାର ଆରମ୍ଭ କରିଛନ୍ତି ନବରଙ୍ଗପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ । ପ୍ରଥମେ ପୂଜାର୍ଚ୍ଚନା କରି ସେ ପ୍ରଚାର ଆରମ୍ଭ କରିଛନ୍ତି । ମାଲକାନଗିରି ସହରରେ ଏକ ଶୋଭାଯାତ୍ରା କରି ଭୋଟରଙ୍କ ସହ ବଳଭଦ୍ର ମାଝୀ ଆଲୋଚନା କରି ଥିବା ବେଳେ ଆଗାମୀ ୭ ଦିନ ଯାଏଁ ଜିଲ୍ଲାର ସମସ୍ତ ୭ଟି ବ୍ଲକରେ ପ୍ରଚାର କରିବେ । ୨୦୧୪ରୁ ୨୦୧୯ ଯାଏଁ ବଳଭଦ୍ର ମାଝୀ ରେଲୱେ ଚାକିରି ଛାଡି ବିଜେଡି ଟିକଟରୁ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବଳଭଦ୍ରଙ୍କୁ ବିଜେଡି ଟିକଟ ନମିଳିବାରୁ ସେ ବିଜେପିରୁ ନିର୍ବାଚନ ଲଢି ପରାଜିତ ହୋଇ ଥିଲେ । ଏଥର କିପରି ବିଜୟର ମୁକୁଟ ପିନ୍ଧିବେ ସେ ନେଇ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି ବଳଭଦ୍ର ମାଝୀ ।

author

Related Articles

Leave a Reply

Your email address will not be published. Required fields are marked *