ବୟସର ବାହାନା ଦେଖାଇନାହାନ୍ତି । କାହା ଆଗରେ ହାତ ପତାଇନାହାନ୍ତି..

ପଢ଼ନ୍ତୁ ସାଇକେଲ ମିସ୍ତ୍ରୀଙ୍କ ପ୍ରେରଣାଦାୟୀ କାହାଣୀ ।

ହାତରେ ବୟସକୁ ବୁଝାଉଥିବା ବଙ୍କୁଲି ବାଡ଼ି, ବେକରେ ଗୌରବ ବଢ଼ାଉଥିବା ଗାମୁଛା । ମଉସାଙ୍କ ବୟସ ଶହେ ଟପିଯାଇଥିଲେ ବି ନା କେବେ ଥକିଛନ୍ତି ନା କେବେ ହାରିଛନ୍ତି । ହସଖୁସିରେ ଜୀବନ କାଟିବାକୁ ସାଇକେଲ ଦୋକାନଟିଏ ଖୋଲି ସାଇକେଲ ମରାମତି କରୁଛନ୍ତି ମୋହନ ମଉସା । ଆଉ ପରିଣତ ବୟସରେ ପରିଶ୍ରମ କରି ଯୁବପୀଢ଼ିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ୬୦ ଦଶକରୁ ଏହି ସାଇକେଲ କାରଖାନାରୁ ଅନେକ ମିସ୍ତ୍ରୀ ମଧ୍ୟ ଗଢ଼ିଛନ୍ତି ଶତାୟୁ ମୋହନ ମଉସା ।ଲାଭ ମିଳୁ କି ନମିଳୁ କିନ୍ତୁ ଘରକୁ ଖାଲି ହାତରେ କେବେ ଫେରିନାହାନ୍ତି । ଅଳ୍ପ ବହୁତେ ଯାହା ରୋଜଗାର ହୁଏ ସେଥିରେ ଘରକୁ ପରିବା ସହ ନାତିନାତୁଣୀଙ୍କ ପାଇଁ ଅନେକ କିଛି ନେଇଯାଆନ୍ତି । ଗାନ୍ଧୀବାଦୀ ହୋଇଥିବାରୁ ବଞ୍ଚିଥିବା ଯାଏଁ ପରିଶ୍ରମ କରିବି ବୋଲି ପରିବାର ଲୋକଙ୍କୁ କୁହନ୍ତି ।କିନ୍ତୁ ସେ ନିଜ କୌଳିକ ବୃତ୍ତିକୁ କେବେ ଛାଡ଼ିନାହାନ୍ତି । ସ୍ୱଳ୍ପ ଆୟରେ ସନ୍ତୁଷ୍ଟ ମୋହନ ବୟସ ଶହେ ଟପିବା ପରେ ମଧ୍ୟ ଅଧିକାଂଶ ସମୟ ସାଇକେଲ ଦୋକାନରେ ବିତାନ୍ତି । ଗାନ୍ଧିଜୀ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଏମିତି ନିଜ ଉପରେ ନିଜେ ନିର୍ଭର କରି ଆସୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *