ସଜାଗ ହେଉଛି ଓଡିଶା ପୋଲିସ

ସଜାଗ ହେଉଛି ଓଡିଶା ପୋଲିସ

ପାଖେଇ ଆସୁଛି ନିର୍ବାଚନ । ଏହାପୂର୍ବରୁ ସଜାଗ ହେଉଛନ୍ତି ଓଡିଶା ପୋଲିସ । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଉଭୟ ରାଜ୍ୟର ସୀମାକୁ ସିଲ୍ କରାଯିବ । ନିର୍ବାଚନ ପାଇଁ ଓଡିଶା ପୋଲିସ ଓ ଛତିଶଗଡ ପୋଲିସ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନଫେରେନ୍ସିଂ ଯୋଗେ ଛତିଶଗଡ଼ର ଡିଜିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା ଡିଜିପି ଅରୁଣ କୁମାର ଷଡଙ୍ଗୀ । ପୁଲିସ ମୁଖ୍ୟାଳୟରେ ବସିଥିବା ଏହି ବୈଠକରେ ରାଜ୍ୟ ପୁଲିସ ବରିଷ୍ଠ ଅଧିକାରୀ ଏବଂ ସୀମାନ୍ତ ଜିଲ୍ଲାର ଏସପିମାନେ ଉପସ୍ଥିତ ଥିଲେ । ସୀମାନ୍ତ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ନୂଆପଡା, ବରଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାରେ କଡାକଡି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *