କାରରେ ବୋହୂଥିଲେ 9କେଜି ସୁନା

କାରରେ ବୋହୂଥିଲେ 9କେଜି ସୁନା

କଟକ ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳର ମଙ୍ଗୁଳି ଛକ ଟୋଲଗେଟ୍ ନିକଟରୁ ୯ କିଲୋରୁ ଉର୍ଦ୍ଧ ବିଦେଶୀ ସୁନା ବିସ୍କୁଟ୍ ଓ ଏକ କାର୍ ଡ଼ି.ଆର.ଆଇ ଧରିବାରେ ସଫଳ ହେବା ସହ ୨ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଗତ କାଲି ନେପାଳରୁ କୋଲକତା ଆସୁଥିବା ବିମାନରେ ଆସିବା ପରେ କୋଲକତା ଏଆରପୋଟରୁ ଅପରାହ୍ନରେ କଟକର ମଙ୍ଗୁଳି ଛକ ପାର ହୋଇଥିବା ବେଳେ ଡ଼ି.ଆର.ଆଇ ଅଧିକାରୀ ସୂଚନା ଦେଇଛନ୍ତି| ଉକ୍ତ ବ୍ୟବହୃତ କାର୍‌ଟି ଦିନ ୧୧ଟା ମଧ୍ୟରେ କୋଲକତା ଛାଡ଼ିଥିଲା । ବିଶେଷ୍ଵସୂତ୍ରରୁ ସୂଚନା ପାଇଁ ଡ଼ି.ଆର.ଆଇ ଅଧିକାରୀ କର୍ମଚାରୀ ମାନେ ମଙ୍ଗୁଳି ଟୋଲଗେଟ୍ ରେ ଜାଲ ବିଛାଇଥିଲେ , ସେହି ଟୋଲଗେଟ୍ ରୁ ଜବତ ଗାଡ଼ି ସୁନା ଓ ଅଭିଯୁକ୍ତ ୨ ଜଣଙ୍କୁ ଭୁବନେଶ୍ଵର ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ନିଆଯାଇଛି। ଏହି ଘଟଣାରେ କଟକ ସମେତ ଢ଼େଙ୍କାନାଳ ଜିଲ୍ଲାର କିଛି ସୁନା ବ୍ୟବସାୟୀକ ସଂପୃକ୍ତି ଥିବା ତଦନ୍ତରୁ ଜଣାଯାଇଛିି।

author

Related Articles

Leave a Reply

Your email address will not be published. Required fields are marked *