ସୁର ରାଉତରାୟଙ୍କୁ ଡବଲ୍ ଝଟକା

ସୁର ରାଉତରାୟଙ୍କୁ ଡବଲ୍ ଝଟକା

ରାଜ୍ୟ ରାଜନୀତିର ଦକ୍ଷ ଏବଂ ଚର୍ଚ୍ଚତ ଚେହେରା ହେଉଛନ୍ତି ଜଟଣୀର ପୂର୍ବତନ ବିଧାୟକ ସୁର ରାଉତରାୟ । କିନ୍ତୁ କଂଗ୍ରେସ ପାଇଁ ସବୁବେଳେ ଆଗରେ ରହିଥିବା ସୁର ଏବେ ବ୍ୟାକଫୁଟରେ । ଏଥର ନିର୍ବାଚନରେ ସୁର ରାଉତରାୟ ନିର୍ବାଚନ ନ ଲଢି ନିଜ ଦୁଇ ପୁଅଙ୍କୁ କଂଗ୍ରେସ ଟିକେଟରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ବହୁ ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ମନ୍ମଥ ବାପାଙ୍କ କଥାରୁ ଓହରି ବିଜେଡିରେ ସାମିଲ ହେବା ସହ ଜଟଣୀ ବଦଳରେ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି । ଆଉ ଏପଟେ ସାନ ଭାଇ ପଛେ ପଛେ ବଡ ଭାଇ ମଧ୍ୟ କଂଗ୍ରେସରୁ ନିଜ ମନ ବଦଳାଇଛନ୍ତି । ସେ ନିମାପଡା ବଦଳରେ ଜଟଣୀରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ଆଉ ସବୁଠୁ ବଡ ଟୁଇଷ୍ଟ ହେଉଛି , ସିଦ୍ଧାର୍ଥ ସ୍ୱାଧୀନ ପ୍ରାର୍ଥୀ ଭାବେ ଜଟଣୀରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ଯାହାପରେ ସୁରଙ୍କୁ ଡବଲ ଝଟକା ଲାଗିଥିବା ଚର୍ଚ୍ଚା ହେଉଛି । ଏପରିକି ଦୁଇ ପୁଅଙ୍କ ଦଳ ପରିବର୍ତ୍ତନକୁ ନେଇ ରାଉତରାୟ ପରିବାରରେ ଝଡ ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଲାଣି । ଏହା ସହ ଦୁଇ ପୁଅ ଭିନ୍ନ ଭିନ୍ନ ଦଳରେ ଥିବା ବେଳେ ନିର୍ବାଚନରେ ସୁର ରାଉତରାୟଙ୍କ ଭୋଟବ୍ୟାଙ୍କ କାହା ଆଡକୁ ଢଳିବେ ତାକୁ ନେଇ ମଧ୍ୟ ଆଲୋଚନା ଜୋରସୋରରେ ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *