ଖଣ୍ଡପଡାରୁ ବିଜେଡି ଟିକେଟରୁ ନିର୍ବାଚନ ଲଢିବେ ସୌମ୍ୟ ପଟ୍ଟନାୟକଙ୍କ ଝିଅ !

ଖଣ୍ଡପଡାରୁ ବିଜେଡି ଟିକେଟରୁ ନିର୍ବାଚନ ଲଢିବେ ସୌମ୍ୟ ପଟ୍ଟନାୟକଙ୍କ ଝିଅ !

ନିର୍ବାଚନ ପାଇଁ ରାଜନୀତିର ତାତି ଦିନକୁ ଦିନ ଉଷ୍ମ ହେଉଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଫେରିଛନ୍ତି ଖଣ୍ଡପଡାର ପୂବତନ ବିଧାୟକ ସୌମ୍ୟ ପଟ୍ଟନାୟକ । ବିଜେଡିର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବାକି ଥିବା ଆସନ ପାଇଁ ବିଜେଡି ଅଙ୍କ କଷୁଛି । ଆଉ ଏହାରି ମଧ୍ୟରେ ଖଣ୍ଡପଡା ଆସନରେ ବିଜେଡିରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଦଳରେ ଆଲୋଚନା ଚାଲିଛି । କୁହାଯାଉଛି କି, ଏଥର ସୌମ୍ୟଙ୍କ ବଦଳରେ ଦଳ ତାଙ୍କ ଝିଅ ତନୟା ପଟ୍ଟନାୟକଙ୍କୁ ଖଣ୍ଡପଡା ପାଇଁ ପ୍ରାର୍ଥୀ କରିବ ବୋଲି । କାରଣ ଏହି ଆସନରେ ପୂବରୁ ସୌମ୍ୟ ଏକମାତ୍ର ବିରୋଧୀ ଥିବା ବେଳେ ସେ ବିଜେଡିରେ ସାମିଲ ହେବା ପରେ ସେଠାରେ ଆଉ କେହି ବି ବିରୋଧୀ ନଥିଲେ । କିନ୍ତୁ ଗତ ବର୍ଷ ଏକ ବିବାଦୀୟ ସମ୍ପାଦକୀୟ ପାଇଁ ଦଳରୁ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିଲା । ଆଉ ଏବେ ସେ ଆସନରେ ସୌମ୍ୟଙ୍କ ଝିଅଙ୍କୁ ପ୍ରାର୍ଥୀ କରି ବିଜେଡି ତାର ବିଜୟକୁ ବଜାୟ ରଖିବାକୁ ରୋଡମ୍ୟାପ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ତେବେ ଏ ସମ୍ପର୍କରେ କୌଣସି ସଠିକ୍ ତଥ୍ୟ ମିଳି ନଥିଲେ ମଧ୍ୟ ତନୟା ବାପାଙ୍କ ଗଡ ସମ୍ବାଳିବା ପାଇଁ ନିର୍ବାଚନ ମଦାନକୁ ଓହ୍ଲାଇ ପାରନ୍ତି ବୋଲି ସବୁଆଡେ ଆଲୋଚନା ହେଉଛି । ତେବେ ଦେଖାଯାଉ ଖଣ୍ଡପଡା ପାଇଁ ନବୀନ କେଉଁ ନିଷ୍ପତ୍ତି ନେଉଛନ୍ତି ଏବଂ ତନୟା ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *