ରାଜ୍ୟରେ ଆହୁରି ବଢିବ ତାତି

ରାଜ୍ୟରେ ଆହୁରି ବଢିବ ତାତି

ରାଜ୍ୟରେ ହୁ ହୁ ତାତି ବଢିବାରେ ଲାଗିଛି । କାଲିଠୁ ରାଜ୍ୟରେ ପୁଣି ତାତି ବଢିପାରେ । 40 ଡିଗ୍ରୀ ପାର କରିବ ପାରଦ । 3ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି  ।୨ ତାରିଖଠାରୁ ଦିନ ସହ ରାତିର ତାପମାତ୍ରା ମଧ୍ୟ ବଢ଼ିବ  । ଗରମ ସହ ପ୍ରବଳ ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ  । ଗରମ ପାଇଁ ସନଷ୍ଟ୍ରୋକ୍ ଓ ଡାଇରିଆ ବ୍ୟାପୀବାର ଆଶଙ୍କା ଥିବାରୁ ଟ୍ୱିଟ୍ କରି ସତର୍କ କରାଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା  । ଏହାର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ସେ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି  ।

author

Related Articles

Leave a Reply

Your email address will not be published. Required fields are marked *