ଆଜି ବିଜେପିରେ ମିଶିବେ ଅନୁଭବ ମହାନ୍ତି !

ଆଜି ବିଜେପିରେ ମିଶିବେ ଅନୁଭବ ମହାନ୍ତି !

ଆଜି ବିଜେପିରେ ସାମିଲ ହୋଇପାରନ୍ତି କେନ୍ଦ୍ରପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ପଦ୍ମ ଧରିପାରନ୍ତି ବୋଲି ସବୁଆଡେ ଆଲୋଚନାର ପ୍ରସଙ୍ଗ ହୋଇଗଲାଣି । ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ଅନୁଭବ । ଇସ୍ତଫା ଦେବା ପରେ ଅନୁଭବ କେଉଁ ଦଳକୁ ଯିବେ ତାକୁ ନେଇ ସସପେନ୍ସ ଲାଗି ରହିଥିଲା । କିନ୍ତୁ ଆଜି ସେ ବିଜେପିରେ ମିଶିବା ନେଇ ସୂଚନା ମିଳିଛି । ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେବା ସହ ଲେଖିଥିଲେ ଦଳ ମୁଖିଆଙ୍କୁ ଦେଖା କରିବାର ସୁଯୋଗ ମିଳୁନାହିଁ । ବାପାଙ୍କ ଦେହାନ୍ତ ପରେ ଦଳ ତରଫରୁ କୌଣସି ସମବେଦନା ମିଳିଲା ନାହିଁ । ତେବେ ବିଜେଡି ଛାଡିଥିଲେ ମଧ୍ୟ ଚଳିତ ନିର୍ବାଚନ ସେ ନିଶ୍ଚୟ ଲଢିବେ ବୋଲି କହିଥିଲେ । ତେବେ ସେ ବିଜେପିରେ ସାମିଲ ହେବା ପରେ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ତାହା ଏଯାଏଁ ସ୍ପଷ୍ଟ ହୋଇନି ।

author

Related Articles

Leave a Reply

Your email address will not be published. Required fields are marked *