ତିହାର ଜେଲରେ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ତିହାର ଜେଲରେ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ତିହାର ଜେଲରେ ପ୍ରଥମ ରାତି କାଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ତିହାରର ୨ ନମ୍ବର ଜେଲରେ ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ବ୍ୟାରେକ୍ ପରିବର୍ତ୍ତେ ସେଲରେ ରଖାଯାଇଛି । ବ୍ୟାରେକ୍ ହେଉଛି ବଡ଼ ହଲ୍ ଯେଉଁଥିରେ ୨୫-୩୦ ଜଣ କଏଦୀ ରହିପାରିବେ ଏବଂ ଗୋଟିଏ ସେଲରେ ସର୍ବନିମ୍ନ ଜଣେ ଏବଂ ସର୍ବାଧିକ ୫ ଜଣ କଏଦୀ ରହିପାରିବେ । ସେଲରେ କେଜ୍ରିୱାଲ ଏବେ ଏକୁଟିଆ ଅଛନ୍ତି ।ଜେଲ୍ ପ୍ରଶାସନର ସୂଚନା ଅନୁଯାୟୀ, କୋର୍ଟଙ୍କ ନିର୍ଦ୍ଦେଶ ବ୍ୟତୀତ ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ବିଶେଷ ବ୍ୟବହାର କରାଯିବ ନାହିଁ । ଜେଲ୍ ମାନୁଆଲ୍ ଅନୁଯାୟୀ କେଜ୍ରିୱାଲ କେବଳ ଜଣେ କଏଦୀଙ୍କୁ ଦିଆଯାଉଥିବା ସୁବିଧା ପାଇବେ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *