ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ ହେଲା ଅଭୟାରଣ୍ୟ

ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ ହେଲା ଅଭୟାରଣ୍ୟ

ପ୍ଲାଷ୍ଟିକ ଏବଂ ପଲିଥିନ ମୁକ୍ତ ହେଲା ଅଭୟାରଣ୍ୟ । ରାଜ୍ୟର ଜାତୀୟ ଉଦ୍ୟାନ ତଥା ଅଭୟାରଣ୍ୟ, ଇକୋ ଟୁରିଜିମସ୍ଥଳୀ ଗୁଡିକରେ ଆଉ ପ୍ଲାଷ୍ଟିକ୍ ବ୍ୟବହାର କରାଯିବନି । ଏ ସମସ୍ତ ସ୍ଥାନରେ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ କରାଯାଇଛି । ସେହିଭଳି ଏସବୁ ସ୍ଥାନରେ ପର୍ଯ୍ୟଟକଙ୍କ ଲାଗି ପିଇବା ପାଣିର ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । ସୁନାବେଡ଼ା ଅଭୟାରଣ୍ୟରେ ବି ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ। ଅଭୟାରଣ୍ୟର ୩ ପ୍ରବେଶ ପଥ ଚେରେଚୁଆଁ, ଭରୁଆମୁଣ୍ଡା ଓ କେରମେଲି ଚେକ ଗେଟରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି।
ଅଭୟାରଣ୍ୟ ଭିତରକୁ ଯାଆସ କରୁଥିବା ଗାଡ଼ିଗୁଡ଼ିକର ଯାଞ୍ଚ କରିବା ସହ ପଲିଥିନ ବ୍ୟବହାର ନକରିବାକୁ ସଚେତନ କରାଉଛନ୍ତି ବନ କର୍ମଚାରୀ। ପୂର୍ବରୁ ପର୍ଯ୍ୟଟକ ମାନେ ଅଭୟାରଣ୍ୟରେ ଏଣେତେଣେ ପଲିଥିନ୍ ଫିଙ୍ଗି ଦେଉଥିବାରୁ ବନ୍ୟଜନ୍ତୁ ମାନେ ପଲିଥିନ୍ ଖାଇ ମୃତ୍ୟୁ ମୁଖରେ ପଡୁଥିଲେ। ଏଣୁ ପଲିଥିନ ବ୍ୟବହାର ବନ୍ଦ କରିବା ସହ ଅଭୟାରଣ୍ୟ ମଧ୍ୟରେ ଥିବା ଡଷ୍ଟବିନର ବ୍ୟବହାର କରିବାକୁ ବନବିଭାଗ ପରାମର୍ଶ ଦେଇଛି।

author

Related Articles

Leave a Reply

Your email address will not be published. Required fields are marked *