ବ୍ରହ୍ମଗିରିରୁ ପୂର୍ବତନ ବିଧାୟକ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ପ୍ରାର୍ଥୀ କରାଇଛି ବିଜେପି । ବାପାଙ୍କ ଲିଗାସିକୁ ଆଗକୁ ନେଇ ନିର୍ବାଚନ ଲଢିବେ ଉପାସନା । ବ୍ରହ୍ମଗିରି ଆସନ ସବୁ ବେଳେ ଚର୍ଚ୍ଚିତ ରହିଛି । କାରଣ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେଡିର ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ଥିବା ରାଜନୈତିକ ପତିଆରା ଲଢେଇ । ଉପାସନାଙ୍କ ବାପା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବ୍ରହ୍ମଗିରି ଆସନରୁ ତିନି ତିନି ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ଓ ୨୦୧୪ରୁ ସେ ସଞ୍ଜୟ ଦାସ ବର୍ମାଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ । ଲୁଲୁ ମହାପାତ୍ରଙ୍କ ପରଲୋକ ପରେ ତାଙ୍କ ସାନ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ଝିଅ ଉପାସନା ବିଜେପିରେ ଯୋଗ ଦେଇଥିଲେ । ଏଥର ନୂଆ କରି ବିଜେପି ଉପାସନାଙ୍କୁ ଟିକେଟ ଦେଇଛି।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024