କାହିଁକି କଟିଲା ପ୍ରତାଙ୍କ ଟିକେଟ ?

କାହିଁକି କଟିଲା ପ୍ରତାଙ୍କ ଟିକେଟ ?

ରାଜ୍ୟ ରାଜନୀତିର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ । ହଁ ଦର୍ଶକବନ୍ଧୁ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଟିକେଟ କଟିଛି । ମାହାଙ୍ଗା ଡବଲ ମର୍ଡର କେସକୁ ନେଇ ସବୁବେଳେ ବିବାଦରେ ରହି ଆସୁଥିଲେ ବିଧାୟକ ପ୍ରତାପ ଜେନା । ତେଣୁ ଦଳ ତାଙ୍କ ଉପରେ ପୁଣିଥରେ ଭରସା କରିପାରିନାହିଁ । ତାଙ୍କ ସ୍ଥାନରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ଟିକେଟ ଦେଇଛି ଦଳ । ତେବେ ଚର୍ଚ୍ଚା ହେଉଛି କି କାହିଁକି କଟିଲା ପ୍ରତାପଙ୍କ ଟିକେଟ । ବିବାଦ ପାଇଁ ଦୀର୍ଘ ବର୍ଷ ହେଲା ଚର୍ଚ୍ଚାରେ ରହିଥିଲେ ମଧ୍ୟ ଦଳର ବଡ ବଡ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହୁଥିଲେ । ନବୀନ ବାବୁଙ୍କ ପାଖେ ପାଖେ ରହିଆସୁଥିଲେ । କିନ୍ତୁ ହଠାତ ତାଙ୍କ ପ୍ରତି ବିଜେଡି ସୁପ୍ରିମୋଙ୍କ ଏପରି ନିଷ୍ପତ୍ତି । କୁହାଯାଉଛି କି ବାରମ୍ୱାର ବିବାଦୀୟ ହେବା ପରେ ତାଙ୍କୁ ଶାସ୍ତି ଦିଆଯାଇଛି । ମାହାଙ୍ଗାରେ ଆଉ ଚଳିବନି ପ୍ରତାପଙ୍କ ରାଜୁତି ।

ତାଙ୍କ ସ୍ଥାନରେ ମଇଦାନକୁ ଓହ୍ଲାଇଛନ୍ତି ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା । ବାରମ୍ୱାର ବିବାଦକୁ ଟାଣି ହୋଇ ଦଳର ଛବିକୁ ସେ ଖରାପ କରିଛନ୍ତି । ସେଥିପାଇଁ ଦଳର ଛାମୁଆ ନେତାମାନେ ତାଙ୍କ ଟିକେଟ କାଟିବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟପଟେ ବିରୋଧି କହୁଛନ୍ତି କି ପ୍ରତାପଙ୍କ ବଦଳରେ ତାଙ୍କ ପୁଅକୁ ଟିକେଟ ଦେଇ ବିଜେଡି ତାଙ୍କୁ ଶାସ୍ତି ଦେଇନି ବରଂ ତାଙ୍କୁ ବରଦାନ ଦେଇଛି । ଏଭଳି ଅନେକ କିଛି କହି ଶାସକ ଦଳକୁ କଟାକ୍ଷ କରାଇଛି ବିରୋଧି ଦଳ । ବିଧାୟକ ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଷଡଯନ୍ତ୍ର ଭଳି ଅନେକ ସଙ୍ଗୀନ ଅଭିଯୋଗ ରହିଛି । କିନ୍ତୁ ବିଜେଡି ପାୱାରରେ ଆଜି ପର୍ଯ୍ୟନ୍ତ ଖୁଲାମ ଖୁଲା ବୁଲୁଛନ୍ତି ପ୍ରତାପ ଜେନା । ତେବେ ତାଙ୍କ ସ୍ଥାନରେ ଦଳ ତାଙ୍କ ପୁଅଙ୍କୁ ଟିକେଟ ଦେଇଛି । ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ ମାହାଙ୍ଗାରେ ପୁଣିଥରେ ନିଜର ପୁଅ ମାଧ୍ୟମରେ ଗଡ ରଖିପାରିବେ କି ଏହି ନାହିଁ ବିବାଦୀୟ ନେତା ।

author

Related Articles

Leave a Reply

Your email address will not be published. Required fields are marked *