ଏପ୍ରିଲ ମାସରୁ ହିଁ ତୀବ୍ର ରୂପ ନେଲାଣି ଖରା । ଅସହ୍ୟ ଖରା ସହ ପ୍ରଚଣ୍ଡ ତାତିରେ କଲବଲ ହେଉଛନ୍ତି ଲୋକେ । ଏପରିକି ଅଂଶୁଘାତ ବଢିବାର ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି । ଏହାରି ମଧ୍ୟରେ ଶ୍ରମିକ ମାନଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ଏଣିକି ଖରାରେ କାମ କରିବେନି ଶ୍ରମିକ । ଶ୍ରମ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଦିନ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ କାମ କରିବା ପାଇଁ ବାରଣ କରାଯାଇଛି । ଏପ୍ରିଲ ମାସରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଏହା କଡ଼ାକଡ଼ି ଭାବେ ଲାଗୁ କରାଯିବ । ଏଥିପାଇଁ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଚିଠି କରାଯାଇଛି । ଆବଶ୍ୟକ ସ୍ଥଳେ କାର୍ୟ୍ୟନିର୍ଘଂଟର ସମୟ ପରିବର୍ତ୍ତର୍ନ କରାଯାଇପାରିବ ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024