କଂଗ୍ରେସକୁ ଠକୁଛନ୍ତି କି ସୁର ?

କଂଗ୍ରେସକୁ ଠକୁଛନ୍ତି କି ସୁର ?

ପୁଣି ଅଡୁଆରେ ପଡିଲେ କଂଗ୍ରେସର ଭେଟେରାନ ନେତା ସୁର ରାଉତରାୟ । ସାନ ପୁଅ ମନ୍ମଥଙ୍କ ପାଇଁ ପୁଣି ଥରେ ଭୋଟ ମାଗି ଏବେ ହରଡଘଣାରେ ପଡିଛନ୍ତି ସୁର । କିଛି ଦିନ ପୂର୍ବରୁ ମନ୍ମଥଙ୍କ ପାଇଁ ପ୍ରଚାର କରିବାରୁ ପିସିସି ପକ୍ଷରୁ ସୁରଙ୍କୁ ନୋଟିସ୍ ଜାରି କରାଯାଇଥିଲା । କଂଗ୍ରେସରେ ଥାଇ ବିଜେଡି ପାଇଁ କାହିଁକି ପ୍ରଚାର କଲେ , କାହିଁକି ଭୋଟ ମାଗିଲେ ସେନେଇ କାରଣ ଦର୍ଶାଇବାକୁ ନୋଟିସ୍ ଜାରି କରାଯାଇଥିଲା । ଯାହାର କିଛି ଦିନ ପରେ ସୁର ଜବାବ ମଧ୍ୟ ରଖିଥିଲେ । ସେ କିଛି ବି ଦଳ ବିରୋଧୀ ମନ୍ତବ୍ୟ ଦେଇନାହାନ୍ତି କହିବା ସହ ଆଗକୁ ପୁଅ ପାଇଁ ପ୍ରଚାର କରିବେନି ଏବଂ ପୁଅ ପାଇଁ ଭୋଟ ଭିକ୍ଷା କରିବେନି ବୋଲି ପିସିସି ଶୃଙ୍ଖଳା କମିଟିକୁ ଲିଖିତ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏହି ଘଟଣାର କିଛି ଘଣ୍ଟା ପରେ ସୁର ପୁଣି ବଦଳିଗଲେ । ପୁତ୍ର ମୋହରେ ଅନ୍ଧ ହୋଇ ୫ ଦଶନ୍ଧିର ସ୍ୱାଭିମାନକୁ ଭୁଲିଗଲେ । ନିଜ ପୁଅ ପାଇଁ ପୁଣି ଥରେ ଭୁବନେଶ୍ୱରରେ ପ୍ରଚାର ମୈଦାନକୁ ଓହ୍ଲାଇଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ପରେ ସୁରଙ୍କୁ ନେଇ କଂଗ୍ରେସ କନଫ୍ୟୁଜନରେ ପଡିଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *