ଅଂଶୁମାନ ବନାମ ବୈଜୟନ୍ତ

ଅଂଶୁମାନ ବନାମ ବୈଜୟନ୍ତ

ଉଭୟ ବିଜେଡି ଓ ବିଜେପି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଓଡିଶା ରାଜନୀତିର 21 ଲୋକସଭା ଆସନ ମଧ୍ୟରୁ ବେଶ ଚର୍ଚ୍ଚିତ କେନ୍ଦ୍ରାପଡା ଲୋକସଭା ଆସନ । କେନ୍ଦ୍ରାପଡାରେ ନୂଆ ମୁହଁ ଦେଇଛି ଶାସକ ଦଳ । ଅଂଶୁମାନ ମହାନ୍ତିଙ୍କୁ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରାର୍ଥୀ କରାଇଛି । ଅନ୍ୟପଟେ ତାଙ୍କୁ ଟକ୍କର ଦେବେ ବିଜେପିରୁ ବୈଜୟନ୍ତ ପଣ୍ଡା । ସେ ପୂର୍ବଥର ଅନୁଭବଙ୍କ ବିପକ୍ଷରେ ନିର୍ବାଚନ ଲଢି ହାରିଥିଲେ । କିନ୍ତୁ ଏଥର ଦଳ ତାଙ୍କୁ ପୁଣିଥରେ ଭରସା କରି କେନ୍ଦ୍ରାପଡାରୁ ଟିକେଟ ଦେଇଛି । ପୂର୍ବଥର ପରାଜୟ ସ୍ୱୀକାର କରିଥିବା ବୈଜୟନ୍ତ କିଭଳି ଏଥର ବିଜୟର ସ୍ୱାଦ ଚାଖିବେ ସେ ନେଇ ଜୋର ଦାର ପ୍ରୟାସ ଚଳାଇଛନ୍ତି । ବିଜେଡି ନେତା ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ନିଜର ପ୍ରଚାର ପ୍ରସାର ମଧ୍ୟ ଆରମ୍ଭ କରିଛନ୍ତି । ନବୀନ ବାବୁଙ୍କ ଗଡ ରଖିବା ପାଇଁ ପ୍ରୟାସ ଚଳାଇଛନ୍ତି । ଅନ୍ୟପଟେ ବିଜେପିର ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡାଙ୍କର ମଧ୍ୟ ବେଶ ଲୋକପ୍ରିୟତା ରହିଛି । ତେବେ ଦେଖିବାକୁ ବାକି ରହିଲା ଶଙ୍ଖ ଗଡରେ ପଦ୍ମ ଫୁଟାଇ ପାରୁଛନ୍ତି ନା ନାହିଁ ବୈଜୟନ୍ତ ।

author

Related Articles

Leave a Reply

Your email address will not be published. Required fields are marked *