ବିଜେଡିରେ ମିଶିବେ ଗଣେଶ୍ୱର ବେହେରା !

ବିଜେଡିରେ ମିଶିବେ ଗଣେଶ୍ୱର ବେହେରା !

ଗତ କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପୂର୍ବତନ ମନ୍ତ୍ରୀ ତଥା ଦୁଇ ଦୁଇ ଥରର ବିଧାୟକ ଗଣେଶ୍ୱର ବେହେରା । ସେ ଆଜି ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ସେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ନେଇ କେନ୍ଦ୍ରାପଡାର ବିଜୁ ଜନତା ଦଳର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଜୁ ପରିବାରର ସ୍ୱାର୍ଥ ପାଇଁ କର୍ମୀ ସମ୍ମିଳନୀ ନାମରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୀତାଞ୍ଜଳୀ ସେଠୀ, ମୁରଲୀ ସେଠୀ, ମାନଓ ସେଠୀ, ଦୁଷ୍ମନ୍ତ ମଲ୍ଲିକ ରାଜେଶ ଦାସ, ମାନସ ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରାର୍ଥୀ ଆଶାୟୀ ଓ ଅନେକ କର୍ମୀ ସାମିଲ ହୋଇଥିଲେ । ସେମାନଙ୍କ କହିବା ଅନୁଯାୟୀ ବିଜେଡି ଯାହାକୁ ବି ଟିକେଟ ଦେଉଛି ଦେଉ, କିନ୍ତୁ ଅନ୍ୟ ଦଳରୁ ଯେ ଆସିବେ, ତାଙ୍କୁ ଗ୍ରହଣ କରାଯିବ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *