ରାଜଧାନୀରେ ଜୁମ୍ବା ଡ୍ୟାନ୍ସ କରି ପ୍ରଚାର କରୁଛନ୍ତି ନେତା

ରାଜଧାନୀରେ ଜୁମ୍ବା ଡ୍ୟାନ୍ସ କରି ପ୍ରଚାର କରୁଛନ୍ତି ନେତା

ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ରାଜଧାନୀରେ ପ୍ରଚାର ଜୋରଦାର ହେଉଛି । ଭୁବନେଶ୍ୱର ସାଂସଦ ପଦ ପାଇଁ ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡଙ୍ଗୀ ଏବଂ ମନ୍ମଥ ରାଉତରାୟ ଉଭୟ ନିଜର ପ୍ରଚାର ଜୋରଦାର କରିଛନ୍ତି । ଶନିବାର ମନ୍ମଥ ପାର୍କରେ ନିଜ ଦଳୀୟ କର୍ମୀଙ୍କ ସହ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଏପରିକି ଦଳୀୟ କର୍ମୀଙ୍କ ସହ ପାର୍କରେ ଜୁମ୍ବା ଡ୍ୟାନ୍ସ ମଧ୍ୟ କରିଥିଲେ । ଭୁବନେଶ୍ୱର ଏକ୍ରାମ ବିଧାନସଭା ପ୍ରାର୍ଥୀର ଅଶୋକ ପଣ୍ଡାଙ୍କ ସହ ମିଶି ପ୍ରଚାର କରିଛନ୍ତି । ମନ୍ମଥ କହିଛନ୍ତି ସେ ଏହି ମାଟିର ପୁଅ ମାଟି ପାଇଁ କାମ କରିବେ । ଲୋକଙ୍କ ଆଶୀର୍ବାଦ ତାଙ୍କ ଉପରେ ଥିବା କହିଛନ୍ତି ମନ୍ମଥ ରାଉତରାୟ । ଆଉ ଏପଚେ ଅପରାଜିତା ଷଡଙ୍ଗୀ ମଧ୍ୟ ପାର୍କରେ ଲୋକଙ୍କ ସହ ଜୁମ୍ବା ଡ୍ୟାନ୍ସ କରି ପ୍ରଚାର କରିବା ଆରମ୍ଭ କରିଛନ୍ତି । କଳିଙ୍ଗ ନଗର ସ୍ଥିତ ଆନନ୍ଦ ବନ ପାର୍କ ବୁଲିବା ସହ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି ଅପରାଜିତା ଷଡଙ୍ଗୀ । ଗତ ୫ ବର୍ଷରେ କଣ ସବୁ ବିକାଶମୂଳକ କାର‌୍ୟ୍ୟ ହୋଇଛି ସେସମ୍ପର୍କରେ ରିପୋର୍ଟ କାର୍ଡ ବାଂଟିଛନ୍ତି ଅପରାଜିତା । ଏଥର ସେ ନୁହେଁ ତାଙ୍କ ପାଇଁ ଲୋକେ ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।

author

Related Articles

Leave a Reply

Your email address will not be published. Required fields are marked *