ମୋଦିଙ୍କ ପାଦ ଛୁଇଁଲେ ନୀତୀଶ

ମୋଦିଙ୍କ ପାଦ ଛୁଇଁଲେ ନୀତୀଶ

ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ବିହାର ମୁଖ୍ୟମନ୍ତ୍ରୀ । ବିହାର ନୱେଡାର ଏକ ନିର୍ବାଚନୀ ସଭାରେ ଏନଡିଏ ନେତାମାନେ ସାମିଲ ହୋଇଥିଲେ । ସଭାରେ ଉଭୟ ମୋଦି ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଖାପାଖି ବସିଥିଲେ । ଏହି ସମୟରେ ଦୁଇ ନେତା କୌଣସି ପ୍ରସଙ୍ଗରେ କଥା ହେଉଥିବା ବେଳେ ନୀତିଶ ମୋଦିଙ୍କ ପାଦ ଛୁଇଁଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଏପରିକି ଏହାକୁ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି । ସେହିପରି ନୀତିଶ ଭୁଲରେ ମୋଦିଙ୍କ ଅବକି ବାର୍ ୪୦୦ ପାର୍ ନାରା ବଦଳରେ ୪୦୦୦ ପାର୍ ବୋଲି କହିଥିବା ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନୀତୀଶ ତାଙ୍କ ଉଦବୋଧନରେ କହିଥିଲେ ଆମେ ପୁରା ଆଶାବାଦୀ ରହିଛୁ ଯେ ଏଥର ଏନଡିଏରେ ୪ ହଜାରରୁ ଅଧିକ ସାଂସଦ ଆସନ ହାସଲ କରିବ । ଆମେ ଜନସାଧାରଣଙ୍କୁ ଏହି ଅନୁରୋଧ କରବାକୁ ଆସିଛୁ । ୪ ହଜାରରୁ ଅଧିକ ସାଂସଦ ଏନଡିଏରୁ ନିର୍ବାଚିତ ହେବେ ।’ ବିହାରରେ ୪୦ ଆସନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏଥର ‘୪୦୦୦ ପାର’ ଲକ୍ଷ୍ୟ ରଖିଛନ୍ତି । ୨୫ ମିନିଟ୍ ଭାଷଣ ରଖିବା ପରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ ନୀତୀଶ କୁମାର । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି।

author

Related Articles

Leave a Reply

Your email address will not be published. Required fields are marked *