ଶଙ୍ଖ ଦଳରେ ନିର୍ବାଚିତ ହୋଇ ଗାଉଛନ୍ତି ପଦ୍ମ ଗୁଣ

ଶଙ୍ଖ ଦଳରେ ନିର୍ବାଚିତ ହୋଇ ଗାଉଛନ୍ତି ପଦ୍ମ ଗୁଣ

ରାତି ପାହିଲେ ବଦଳୁଛି ନେତାଙ୍କ ନୀତି । ଏ ଦଳରୁ ସେ ଦଳକୁ ମାରୁଛନ୍ତି ଡିଆଁ । ମଣିଷ ମରା ନେତା ଆଜି ସାଜିଛି ବିଜେପିର ସୁନା ପୁଅ । ନିଜର ଜନବିରୋଧି ନୀତି ପାଇଁ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା । ଦୁଇ ଦୁଇ ଥର ସେ ବିଧାୟକ ହୋଇ ସାରିଛନ୍ତି । ଯିଏ ଦିନେ ବିଜେପି ନେତାଙ୍କ ଉପରେ ଗାଡି ଚଢାଉ ଥିଲେ ଆଜି ସେହି ନେତାଙ୍କ ପାଖ ଚେୟାରରେ ବସୁଛନ୍ତି । ହଁ ଦର୍ଶକବନ୍ଧୁ ସେ ହେଉଛନ୍ତି, ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ରାଜ୍ୟ ରାଜନୀତିରେ ନିଜର ଗୁଣ୍ଡା ଗର୍ଦ୍ଦି ପାଇଁ ସେ ବେଶ ଚର୍ଚ୍ଚିତ । ବିଜେଡିରୁ ବହିଷ୍କୃତ ହେବା ପରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବାହୁବଳୀ ବିଧାୟକ ଭାବେ ସେ ପରିଚିତ । ଶଙ୍ଖରେ ସେ ନିର୍ବାଚିତ ହୋଇଥିଲେ ହେଲେ ଆଜି ସେ ପଦ୍ମର ଗୁଣ ଗାଉଛନ୍ତି । ନିଜର ବାହୁବଳୀ ଅନ୍ଦାଜ ପାଇଁ କେଉଁଠାରେ ସେ ଲୋକପ୍ରିୟ ତ ଆଉ କେଉଁଠାରେ ଲୋକ ମାନଙ୍କ ଠାରୁ ଖାଉଛନ୍ତି ମାଡ । ବେଗୁନିଆ ନିର୍ବାଚନ ମଣ୍ଡଳୀ ଏହାପରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଦଳ ତାଙ୍କୁ ପ୍ରାର୍ଥୀ କରାଇଥିଲା ଏବଂ ସେ ବିଜେଡି ବଳରେ ସେ ଜିତି ଥିଲେ ମଧ୍ୟ । ବିଜେପିରେ ମିଶିବା ପରେ ଯେଉଁ ଦଳରୁ ନିର୍ବାଚିତ ହୋଇଥିଲେ ସେହି ଦଳକୁ ଆଜି ଛି ଛାକର କରୁଛନ୍ତି ।  ବର୍ତ୍ତମାନ ଗୋଟିଏ ଚର୍ଚ୍ଚା ସେ ବିଜେପିରେ ମିଶିବା ପରେ  ତାଙ୍କ ପରି ଜଣେ ବିବାଦୀୟ ନେତାଙ୍କୁ ବିଜେପିରୁ ଟିକେଟ ମିଳିବ କି ନାହିଁ । ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରି ସାରିଛି । ବାକି ରହିଛି ବେଗୁନିଆ ନିର୍ବାଚନ ମଣ୍ଡଳୀ । ସେହି ଆସନ ଓ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଅଙ୍କ କଶୁଛି ବିଜେପି । ଜଣେ ବିବାଦୀୟ ନେତାଙ୍କୁ ଟିକେଟ ଦେଇ ବିଜେପି କିଛି ଭୁଲ ନିଷ୍ପତ୍ତି ନେବ ନା ପ୍ରଶାନ୍ତଙ୍କୁ ଭରସା କରି ଟିକେଟ ଦେବ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *