ସୋ କଜ ନୋଟିସ ଉପରେ ପୁଣି ଜବାବ ରଖିଲେ ସୁର

ସୋ କଜ ନୋଟିସ ଉପରେ ପୁଣି ଜବାବ ରଖିଲେ ସୁର

କଂଗ୍ରେସରେ ଥାଇ ଅନ୍ୟ ଦଳ ପାଇଁ ପ୍ରଚାର ପ୍ରସାର କରି ହଟ୍ଟ ହଟ୍ଟା ହେଉଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ । ଏହି ଘଟଣା ଉପରେ ହୋଇଥିବା ନୋଟିସ ଉପରେ ଜବାବ ରଖିଛନ୍ତି ସୁର ରାଉତରାୟ । ସେ କହିଛନ୍ତି ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । କୌଣସି ଦଳର ରାଲିକୁ ଯାଇନାହାନ୍ତି । କୌଣସି ଦଳର ସଭାକୁ ଯାଇନାହାନ୍ତି । ତାଙ୍କ ସାନ ପୁଅ ବିଜେଡିରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସେଥିପାଇଁ ଭୁବନେଶ୍ୱର ଲୋକସଭା ମଣ୍ଡଳୀରେ କୌଣସି ଦଳର ପ୍ରଚାରକୁ ଯାଇନାହାନ୍ତି କି ଯିବେ ନାହିଁ ବୋଲି କହିଛନ୍ତି । ଏପରିକି ସେ ପୁଅ ପାଇଁ ପ୍ରଚାର କରିନାହାନ୍ତି ବୋଲି କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *