ଘର ବାହୁଡିବେ ଦିଲ୍ଲୀପ ରାୟ !

ଘର ବାହୁଡିବେ ଦିଲ୍ଲୀପ ରାୟ !

ନିର୍ବାଚନ ପାଇଁ ରାଜ୍ୟ ରାଜନୀତିର ମାହୋଲ ପୁରା ସରଗରମ ରହିଛି । ଏହାରି ମଧ୍ୟରେ ରାଜ୍ୟର ଅନ୍ୟତମ ଟାଣୁଆ ନେତା ଦିଲ୍ଲୀପ ରାୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିର୍ବାଚନ ଲଢିବା ନେଇ କୋର୍ଟଙ୍କ ଅନୁମତି ପରେ ରାଜ୍ୟର ବରିଷ୍ଠ ନେତା ଦିଲ୍ଲୀପ ରାୟ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ରାଉରକେଲା ବିଧାନସଭା ଆସନରୁ ଦିଲ୍ଲୀପ ପ୍ରତିଦ୍ୱନ୍ଦିତା କରିପାରନ୍ତି ବୋଲି କୁହାଯାଉଛି । କାରଣ ବିଜେପି ଏଯାଏଁ ରାଉରକେଲା ପାଇଁ ପ୍ରାର୍ଥୀ ଘୋଷଣା କରିନି । ଯାହାକୁ ଆକଳନ କଲେ ଦିଲ୍ଲୀପ ବିଜେପିରେ ମିଶିବେ ବୋଲି ସବୁଆଡେ ଚର୍ଚ୍ଚା ବଢିଲାଣି । ତେବେ ସେ ଦଳରେ ସାମିଲ ହେବା ପରେ ରାଉରକେଲାରୁ ହିଁ ବିଜେପି ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ତେବେ ଦିଲ୍ଲୀପ ୨୦୧୮ରେ ବିଜେପି ଛାଡ଼ିଥିଲେ । ଏହି ସମୟରେ ସେ ବିଜେପିର ରାଉରକେଲା ବିଧାୟକ ଥିଲେ । ୧୯୯୯ ମସିହାରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ଏହି ସମୟରେ କୋଇଲା ଦୁର୍ନୀତି ହୋଇଥିଲା । ପରେ ୨୦୨୦ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ସେ କୋର୍ଟର ଦ୍ୱାରସ୍ଥ ହୋଇ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ ଲଗାଇବା ସହ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ପାଇବାରେ ସଫଳ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *